ବାଲେଶ୍ୱର, ସିମୁଳିଆ, ମଇତାପୁର-ରୁଦ୍ରାଶ୍ରମ ଗୋଶାଳା ରାମନବମୀ କୁ ନେଇ ହୋଇଛି ଉତ୍ସବ ମୁଖର। ଦୀର୍ଘ ଅଠର ବର୍ଷ ଧରି ମଠାଧୀଶ ରାମଚନ୍ଦ୍ର ରାମାନୁଜ ଙ୍କ ତତ୍ୱାବଧାନ ରେ ଏହା ସାର୍ବଜନୀନ ହୋଇ ଥିବା ବେଳେ ବହୁ ଭକ୍ତ ଦୀର୍ଘ ନ ଦିନ ବ୍ୟାପି ଏହି ଗୋଶାଳା ରେ ଭିଡ଼ ଲାଗି ଥିବାର ଦେଖାଯାଏ।ନ ଦିନ ବ୍ୟାପି କଳସ ଶୋଭାଯାତ୍ରା ଦିନ ଠାରୁ ପ୍ରତେକ ଦିନ ସାଧୁ ସନ୍ଥ ଙ୍କ ଦ୍ୱାରା ପ୍ରବଚନ କାଯ୍ୟକ୍ରମ ସହିତ ଭଜନ କୀର୍ତ୍ତନ ପ୍ରସାଦ ସେବନ ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି। ନବମି ଦିନ ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗ ଦାନ ଦେଇ ସମସ୍ତ ଙ୍କ ମଂଗଳ କାମନା କରିବା ନିମିତ୍ତ ଭଗବାନ ଙ୍କୁ ପ୍ରାଥନା କରିବା ସହିତ ରାଜ୍ୟ ବାହାରୁ ଆସିଥିବା ସାଧୁ ସନ୍ଥ ଙ୍କ ଆଶୀର୍ବାଦ ନେଇ ଥିଲେ। ଏବଂ ଗୋମାତା ସେବା କୁ ନେଇ ମଧ୍ୟ ମଠାଧୀଶ ଙ୍କ ପ୍ରଶଂସା କରି ଥିଲେ।
Sign in
Sign in
Recover your password.
A password will be e-mailed to you.