ମହତ୍ତ୍ୱପୂର୍ଣ୍ଣ ଟ୍ରାନ୍ସଫର୍ମର ଉନ୍ନତିକରଣ ସହ ବିଦ୍ୟୁତ୍ ଭିତ୍ତିଭୂମି ବିକାଶକୁ ଟିପିସିଓଡିଏଲର ଗୁରୁତ୍ୱ

2

ଭୁବନେଶ୍ୱର: ବିଦ୍ୟୁତ୍ ଭିତ୍ତିଭୂମି ବିକାଶ କରି ଲୋକଙ୍କ ପାଇଁ ଉନ୍ନତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ହିନ୍ଦୋଳ ରୋଡ୍ ପ୍ରାଇମେରି ସବ୍‌ସ୍ଟେସନରେ ୫ ଏମଭିଏ ଟ୍ରାନ୍ସଫର୍ମରକୁ ବଦଳାଇ ୮ ଏମଭିଏ କ୍ଷମତାର ଏକ ନୂଆ ଟ୍ରାନ୍ସଫର୍ମର ସଫଳତାର ସହିତ ସ୍ଥାପନ କରାଯାଇଛି।

ଏହି ଉନ୍ନତିକରଣ ଦ୍ଵାରା ସ୍ଥାନୀୟ ଅଞ୍ଚଳର ୮,୦୦୦ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ଏବଂ ଉନ୍ନତ ଭୋଲଟେଜ ସହ ବିଦ୍ୟୁତ୍ ଯୋଗାଣ ହୋଇ ପାରିବ।

ଗ୍ରୀଷ୍ମ ଋତୁରେ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ପୂରଣ କରିବା ସହ ଓଭରଲୋଡିଂ ଦୂର କରି ଲୋକଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଣ ପାଇଁ ଏହି ଟ୍ରାନ୍ସଫର୍ମରର ଉନ୍ନତିକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଆଧୁନିକ ଜ୍ଞାନକୌଶଳ ଉପଯୋଗ କରି ଭିତ୍ତିଭୂମି ବିକାଶ କରି ଉପଭୋକ୍ତାଙ୍କୁ ଉନ୍ନତ ବିଦ୍ୟୁତ୍ ପ୍ରଦାନ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.