ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ ( ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଅନ୍ତର୍ଗତ ଜାମଗାଓଁ ଓ ଭାଓସିଲ ଠାରେ ଗତକାଲି ନୂଆପଡା ସିଆରପିଏଫ ୨୧୬ ବାଟାଲିୟନ ତରଫରୁ ସିଭିକ ଆକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇ ଥିବା ବେଳେ ଆଜି ସୁନାବେଡା, ଢେକୁନପାନୀ ଓ ଧାତୁନାମା ଠାରେ ଓଡ଼ିଶା ସେକ୍ଟର ଭୁବନେଶ୍ୱର ଆଇଜିପି ଅମରେନ୍ଦ୍ର ସିନହା ,ଆଇପିଏସ ଏବଂ ଓଡିଶା ରେଞ୍ଜ ଭୁବନେଶ୍ୱର ଡିଆଇଜିପି କେ ସଜାନୁଦିନଙ୍କ ନିର୍ଦ୍ଦେଶ କ୍ରମେ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।କାର୍ଯ୍ୟକ୍ରମରେ ସିଆରପିଏଫ କମାଣ୍ଡେଣ୍ଟ ଏରିକ ଗିଲବର୍ଟ ଜୋସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସେକେଣ୍ଡ ଇନ୍ କାମାଣ୍ଡାଣ୍ଟ ଆର ସି ମିଶ୍ର, ଡେପୁଟି କମାଣ୍ଡେଣ୍ଟ ଧନ୍ନାରାମ ଯାଦବ, ଆସିଷ୍ଟାଣ୍ଡ କାମାଣ୍ଡାଣ୍ଟ ଅଜୟ ଶର୍ମା, ଡେପୁଟି କାମାଣ୍ଡାଣ୍ଟ ମୁକେଶ, ଇନିସ୍ପେକ୍ଟର ଅରୁଣ କୁମାର ଭୋଇ, ସୁନାବେଡା ଗ୍ରାମ ପଞ୍ଚାୟତ ସରପଞ୍ଚ ରଜନୀ ଜଗତ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ସୁନାବେଡା ସମେତ ଗାତିବେଡା, ଢେକୁନପାନି, ଧାତୁନାମା ଜୁନାପାନି, ଛିନମୁଣ୍ଡି ଅଡାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ଥିଲେ। ମାଓ ପ୍ରବଣ ଅଞ୍ଚଳରେ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇ ରୋଜଗାର କ୍ଷମ ହୋଇପାରିବେ ଏହାକୁ ଦୃଷ୍ଟି ରେ ରଖି ବାଟାଲିଅନ ତରଫରୁ ବ୍ୟକ୍ତିଗତ ଭାବରେ ୬୦ ରୁ ଉର୍ଦ୍ଧ ମହିଳା ଏଵଂ ପୁରୁଷଙ୍କୁ ମହୁମାଛି ପାଳନ ସହ ମହୁ ସଂଗ୍ରହ ବାକ୍ସ, ମହମବତୀ ତିଆରି ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏଥିସହ ସାମୁହିକ ରୋଜଗାର ପାଇଁ ସ୍ୱୟଂ ସହାୟକ ମହିଳା ଗୋଷ୍ଠି ମାନଙ୍କୁ ଧୂପକାଠି ତିଆରି ମେସିନ ପ୍ରଦାନ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ତାଲିମ ର ବ୍ୟବସ୍ଥା କରାଯିବା ସହ କଞ୍ଚାମାଲ ଯୋଗାଇ ତାକୁ କିଭଳି ବଜାରରେ ବିକ୍ରି କରାଯିବ ତାର ମଧ୍ୟ ବ୍ୟବସ୍ଥା କରିବା ପାଇଁ କମାଣ୍ଡାଣ୍ଟ ଶ୍ରୀ ଜୋଶ କହିଛନ୍ତି । ଏଥିସହ ଅଭୟାରଣ୍ୟ ଭିତରେ ସିଆରପିଏଫ ଡାକ୍ତର ଏମ ସୁଜାତାଙ୍କ ଦ୍ୱାରା ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ।ଅଭୟାରଣ୍ୟ ବାସୀଙ୍କ ସମସ୍ୟା ଦୂର କରିବା ସହ ଖାସ କରି ମହିଳାମାନେ କିଭଳି ଅଧିକ ରୋଜଗାରକ୍ଷମ ହୋଇପାରିବେ ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ସାମଗ୍ରୀ ବଣ୍ଟନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.