ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ଉତ୍ସବ ଅନୁଷ୍ଠିତ

2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ପ୍ରାଥମିକ ବିଦ୍ୟାଳୟ କୁନି କୁନି ପିଲାମାନଙ୍କୁ ମଧୁସୂଦନ ରାଓ ଙ୍କ ଦ୍ବାରା ଲିଖିତ ବର୍ଣ୍ଣବୋଧ ପୁନଃ ମୁଦ୍ରଣ କରିବା ସହ ଆଜି ସଂପୂର୍ଣ୍ଣ ରାଜ୍ୟ ତଥା ଗଜପତି ଜିଲ୍ଲାରେ ବଣ୍ଟନ କରାଯାଇଛି।
ଶୈଶବରୁ ଏହି କୋମଳ ମତି ପିଲାମାନଙ୍କ ମନରେ ନିଜ ମାତୃଭାଷା ପ୍ରତି ଭଲ ପାଇବା ସହ ଭାଷାକୁ ସଠିକ୍ ଓ ନିର୍ଭୂଲ୍ ଭାବରେ ଶିଖିବା ପାଇଁ ବର୍ଣ୍ଣବୋଧ ର ଆବଶ୍ୟକତା ଅନୁଭବ କରି ଏହି ଭଳି ଉତ୍ତମ ପଦକ୍ଷେପ ଗ୍ରହଣ କରାଯାଇଛି। ଭାଷା ହେଉଛି ସାହିତ୍ୟ ଓ ସଂସ୍କୃତି ର ଆଗମୀ ବାହକ ଏବଂ ତା’କୁ ସୁରକ୍ଷିତ ଓ ସମୃଦ୍ଧ କରିବାକୁ ହେଲେ ବନାନ ର ଠିକ୍ ପ୍ରୟୋଗ ବର୍ଣ୍ଣବୋଧ ରୁ ପ୍ରାଥମିକ ସ୍ତରରୁ ଶିକ୍ଷା ପାଇବାର ଆବଶ୍ୟକତା ଅଛି।
ଏଣୁ ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଗାନ୍ଧୀ ସ୍ମୃତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କିନିକୁନି ପିଲାମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରିଛନ୍ତି। ଗଜପତି ଜିଲ୍ଲାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ସ୍ଥାନୀୟ ଜନପ୍ରତିନିଧି ମାନେ ବର୍ଣ୍ଣବୋଧ ବହି ବଣ୍ଟନ କରିଛନ୍ତି।
ଓଡ଼ିଶା ଭାଷା , ସାହିତ୍ୟ , ସଂସ୍କୃତି ବିଭାଗ ଓ ରାଜ୍ୟ ସରକାରଙ୍କ ଆହ୍ଵାନ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅପ୍ରେଲ ୧ ତାରିଖ ଠାରୁ ୧୪ ଅପ୍ରେଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଓ ସ୍ଥାନୀୟ ପ୍ରଧାନ ଶିକ୍ଷକ ଶ୍ରୀ ଜି.ତିରୁପତି ରାଓଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ବର୍ଣ୍ଣବୋଧ ବହି ବଣ୍ଟନ ଉତ୍ସବକୁ ସଫଳ କରିଥିଲେ।

Leave A Reply

Your email address will not be published.