ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ ବିବାଦ

52

ସଂଶୋଧିତ ମାର୍କସିଟ୍ ଜାରି ପରେ ଥମିଲା ଛାତ୍ର ଆନ୍ଦୋଳନ, ବହୁ ଅକୃତକାର୍ଯ୍ୟ ପରୀକ୍ଷାର୍ଥୀ ହେଲେ ପାସ୍

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଓ ତୀବ୍ର ଉତ୍ତେଜନା ଶେଷରେ ଥମିବାରେ ଲାଗିଛି। ବିଭିନ୍ନ ବିଭାଗ ର ପେପର ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ କରି ଛାତ୍ରଛାତ୍ରୀମାନେ ରାଜପଥ ଓ ଶାସନକଳ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜର ଭୁଲ୍ ସୁଧାରିଛନ୍ତି। ବୁଧବାର ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟର ଅଫିସିଆଲ୍ ୱେବସାଇଟରେ ସଂଶୋଧିତ ମାର୍କସିଟ୍ ଉପଲବ୍ଧ କରାଯାଇଥିବା ଦେଖାଦେଇଛି। ଏହି ସଂଶୋଧିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପୂର୍ବରୁ ଫେଲ୍ ହୋଇଥିବା ଅନେକ ପରୀକ୍ଷାର୍ଥୀ ପାସ୍ ହୋଇଥିବା ଜଣାପଡ଼ିଛି। ​ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବେ ପ୍ରକାଶ ପାଇଥିବା ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳରେ ବହୁସଂଖ୍ୟାକ ଛାତ୍ରଛାତ୍ରୀଙ୍କର ବିଭିନ୍ନ ବିଷୟ ରେ ପେପର ବ୍ୟାକ୍ ଲାଗିଥିଲା। ଖାତା ମୂଲ୍ୟାଙ୍କନରେ ବ୍ୟାପକ ତ୍ରୁଟି ହୋଇଥିବା ଅଭିଯୋଗ କରି ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ​ଏପରୀକି ଯଦି କର୍ତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟାର ସମାଧାନ ନକରନ୍ତି, ତେବେ ଆସନ୍ତା ୨୪ ତାରିଖରୁ ହେବାକୁ ଥିବା ପରୀକ୍ଷାକୁ ସମ୍ପୂର୍ଣ୍ଣ ବର୍ଜନ କରାଯିବ ବୋଲି ପରୀକ୍ଷାର୍ଥୀମାନେ ପୀଡ଼ିତ ଚେତାବନୀ ଦେଇଥିଲେ। ଏହି କ୍ରମରେ ବୁଧବାର ଭଞ୍ଜନଗର ଅଞ୍ଚଳର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଏକାଠି ହୋଇ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର ସଂସଦ ଧାରଣା ଦେବା ସହ ଉଚ୍ଚାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଏଥି ସହିତ ଆଜିର ଏହି ଛାତ୍ର ସଂସଦ ଆନ୍ଦୋଳନ କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଦିତ୍ୟ କୁମାର ଗୈ। ଡ଼ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରୁଦ୍ର ପ୍ରସାଦ ସେଠି ଯୋଗଦାନ କରି ସହଯୋଗ କରିଥିଲେ।
​NEP ୨୦୨୦ ଓ ଗୁଣାତ୍ମକ ଶିକ୍ଷା ଉପରେ ପ୍ରଶ୍ନବାଚୀ ?
​ରାଜ୍ୟରେ ନୂତନ ଶିକ୍ଷାନୀତି (NEP 2020) ଲାଗୁ ହେବା ପରେ ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଭବିଷ୍ୟତ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଭଳି ସମୟରେ ଏତେ ବୃହତ୍ ସଂଖ୍ୟକ ଛାତ୍ରଛାତ୍ରୀ କେବଳ ଇଂରାଜୀ ପେପରରେ ଫେଲ୍ ହେବା ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ ପ୍ରକ୍ରିୟା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।
​ତେବେ ଛାତ୍ର ଆନ୍ଦୋଳନ ଓ ଚାପର ବଶବର୍ତ୍ତୀ ହୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଖାତା ସମୀକ୍ଷା କରି ସଂଶୋଧିତ ମାର୍କସିଟ୍ ଜାରି କରିବା ପରେ ପାସ୍ ହାର ବୃଦ୍ଧି ପାଇଛି। ଏହି ସଂଶୋଧନ ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଆଶ୍ୱାସନା ପ୍ରକାଶ ପାଇଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହାକୁ ନେଇ ବ୍ୟାପକ ଆଲୋଚନା ଜାରି ରହିଛି।

Leave A Reply

Your email address will not be published.