ମୁଖ୍ୟମନ୍ତ୍ରୀ ଚମ୍ପିୟନ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ପ୍ରତିଯୋଗିତା ଆରମ୍ଭ

2

ରାୟଗଡ:-ତା. ୬/୦୪/୨୦୨୫-ରାୟଗଡ ଜିଲ୍ଲାସ୍ଥରୀୟ ମୁଖ୍ୟମନ୍ତ୍ରୀ ଚାମ୍ପିୟନ ଫୁଟବଲ ଟୁର୍ନାମେଣ୍ଟ ପ୍ରତିଯୋଗିତା ଆଜି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଶୁଭାରମ୍ଭ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦାନ କରି ଉଦଘାଟନ କରିଥିଲେ l ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରାୟଗଡ ଶ୍ରୀ ଅକ୍ଷ କୁମାର ଖେମୁଣ୍ଡୁ,ପ୍ରକଳ୍ପ ପ୍ରଶାସକ, ଆଇଟିଡ଼ିଏ, ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ବିଡିଓ, ରାୟଗଡ଼ ଶ୍ରୀ ସୁଜିତ କୁମାର ମିଶ୍ର, ପୌର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର,ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର,ପୂର୍ବତନ ଫୁଟବଲ ଖେଳାଳି ଶ୍ରୀ ଜଗନମୋହନ ଗନ୍ତାୟତ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଆଜି ଉଦଘାଟନ ଖେଳରେ ମା ମଝିଘରିଆଣି ଫୁଟବଲ କ୍ଲବ ଓ ବୈରାଗୀ ହାଲୁଆ ଫୁଟବଲ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ଏଥିରେ ମା ମାଝୀ ଘରିଆଣି ଫୁଟବଲ କ୍ଲବ ୩-୦ଗୋଲରେ ବିଜୟ ଲାଭ କରିଥିଲା l ଏହା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୫/୦୪/୨୦୨୫ ଯାଏଁ ଚାଲିବ l
ଖେଳକୁ ଓଡିଶା ଫୁଟବଲ ଆସୋସିଏସନର ଏମସି ତଥା ଚୟନ କର୍ତା ଶ୍ରୀ ମନୋଜ କୁମାର ନାଏକ, ରେଫରୀ ବନିତା ହିମିରିକା, ପ୍ରଥମ ସହକାରୀ ପ୍ରକାଶ ମlଚକୁଣ୍ଡ,ଦ୍ଵିତୀୟ ସହକାରୀ ଶ୍ରୀ ଦୀନେଶ କୁମାର, ଚତୁର୍ଥ ସହକାରୀ ସୁଶ୍ରୀ ରହନ୍ତି ସରକାର ଆଦି ପରିଚାଳନା କରିଥିଲେ l

Leave A Reply

Your email address will not be published.