ଖପ୍ରାଖୋଲ ୭/୪(ହେମସାଗର ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ପବିତ୍ର ପୁଣ୍ୟକ୍ଷେତ୍ର ହରିଶଙ୍କର ଠାରେ ବ୍ଲକ୍ ପ୍ରଶାସନ ତରଫରୁ ଓଡ଼ିଆ ସପ୍ତାହ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ହରିଶଙ୍କର ମନ୍ଦିର ପରିସର, ଝରଣା ଓ ଝରଣା କୂଳକୁ ସଫେଇ କରାଯାଇଥିଲା।ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ସପ୍ତାହ ପାଳନ ବେଳେ ଧର୍ମ କ୍ଷେତ୍ର, ଐତିହ ସ୍ଥଳି ର ସଫେଇ ପାଇଁ ନିର୍ଦ୍ଦେଶ ରହିଛି। ସଫେଇ କାର୍ଯ୍ୟକ୍ରମ ବେଳେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଅତିରିକ୍ତ ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ, ସରପଞ୍ଚ ପ୍ରତିନିଧି ଉମେଶ ପୁଝାରୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପରମେଶ୍ବର ନାଏକ,ଏଡିଇଓ ଦେବେସ କୁମାର୍ ମିଶ୍ର, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର, ଦେବୋତ୍ତର କମିଟି ସଦସ୍ୟ ଶଶି ପୁଝାରୀ, ଅଭୟ ତ୍ରିପାଠୀ ସମେତ ଏମ ବି କେ, ସି ଆର ପି, ସ୍ବେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post