ଓଡ଼ଗାଁ,୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରା ପାଇଁ ଉତ୍ସବ ମୁଖର ରହିଥିବା ବେଳେ ସୋମବାର ଦ୍ଵିତୀୟ ସନ୍ଧ୍ୟାରେ ଋଷିମୁନିଙ୍କ ଯାଗ ରକ୍ଷା ନିମିତ୍ତ ବିଶ୍ଵାମିତ୍ର ଋଷିଙ୍କ ସଙ୍ଗରେ ବନାଗମନ କାଳରେ ନବଦୃବାଦଳ ଶ୍ୟାମଳ କୋମଳ ବନବାସୀ ପ୍ରଭୁ ଶ୍ରୀରାମଙ୍କ ତାଡକାବଦ୍ଧ ବେଶ ଦର୍ଶନ କରିବାର ସୈାଭାଗ୍ୟ ଲଭିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ସ୍ବର୍ଣ୍ଣକଳଶ କ୍ଷେତ୍ର ତଥା ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଲାଭ କରିଥିବା ଓଡ଼ଗାଁ ମାର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମୁନି ଋଷିମାନଙ୍କୁ ଯଜ୍ଞାଦି କର୍ମର ସୁରକ୍ଷା ପ୍ରଦାନ ପାଇଁ ଆଗେଇ ଆସିବା ବେଳେ ବହୁ ରାକ୍ଷସ ମାନଙ୍କୁ ସାମ୍ନା କରିଥିଲେ । ରାକ୍ଷସ ମାନଙ୍କ ଅତ୍ୟାଚାର ଓ ଦମନ ଲୀଳାରେ ଅତିଷ୍ଠ ହୋଇ ଋଷି ବିଶ୍ୱାମିତ୍ରଙ୍କ ଅନୁରୋଧକ୍ରମେ ରାଜା ଦଶରଥ ବେନୀ ଧନୁର୍ଧର ପୁତ୍ର ଋଷିଙ୍କ ସହିତ ବନକୁ ଯାଇଥିଲେ । ଏପରି ସମୟରେ ରତ୍ନସିଂହାସନ ଉପରୁ
ପ୍ରଭୁ ଶ୍ରୀରାମ ମାୟାବିନୀ ତାଡକାକୁ ତୀର ନିକ୍ଷେପ କରୁଥିବାର ଦୃଶ୍ୟ ଭକ୍ତଙ୍କୁ ଆତ୍ମବିଭୋର କରିଥିଲା । ପ୍ରଭୁ ଅସୂୟା ଶକ୍ତିଙ୍କୁ ସଂହାର କରିବା ସହିତ ସତ୍ୟର ସ୍ଥାପନା ନିମନ୍ତେ ମାନବ ସମାଜକୁ ପ୍ରେରଣା ଦେଇଛନ୍ତି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଭୋର ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟାରେ ବେଶ ଦର୍ଶନ କରୁଥିବା ବେଳେ ସ୍ଥାନୀୟ ଲୋକେ ବହୁ ସଂଖ୍ୟାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ କରୁଥିବା ଦେଖାଯାଉଛି ।
ଶ୍ରୀଜୀଉଙ୍କ ଦୈନକ ସନ୍ଧ୍ୟାବେଶ ନିମନ୍ତେ ପୂଜକ ଓ ସେବକ ପରିଷଦର ସଦସ୍ୟ ମାନେ ସହଯୋଗ କରୁଥିବା ବେଳେ ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀ, ପାଳିଆ ପଣ୍ଡା ମନୋଜ କୁମାର ନନ୍ଦ, ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଓ ଆଇଆଇସି ଅଭୟ ବେହେରାଙ୍କ ତତ୍ବାବଧାନରେ ପୋଲିସ ପ୍ରଶାସନ ଓ ମନ୍ଦିର ଶାନ୍ତିକମିଟି ପ୍ରମୁଖ ସଦସ୍ୟଙ୍କ ଦ୍ବାରା ଯାତ୍ରା କାର୍ଯ୍ୟ ଶୃଙ୍ଖଳିତ ଭାବେ ସମାପିତ ହୋଇଥିଲା ।
ଯାତ୍ରାବେଶ କ୍ରମ ଅନୁସାରେ ମଙ୍ଗଳବାର ଅହଲ୍ୟା ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.