ପବିତ୍ର ରାମ ନବମୀ ରେ ବାଇକ୍ ରାଲି

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ୦୬/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଜି ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଏକ ବିରାଟ ବାଇକ୍ ରାଲି ଅନୁଷ୍ଠିତ ହୋଇଛି। ଡାବୁଗାଁ ହିନ୍ଦୁ ଜାଗରଣ ମଞ୍ଚ ଓ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଆଜି ରାମ ନବମୀ ଧୁମ୍ ଧାମ ରେ ପାଳିତ ହୋଇଛି। ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଛକ,ଜୟନ୍ତୀ ନଗର ହନୁମାନ ମନ୍ଦିର ଛକ, ଡାବୁଗାଁ ମେଡିକାଲ ଛକ ଆଦିରେ ଗୌରୀକ ପତ୍ତାକା ଦ୍ଵାରା ଆଚ୍ଛାଦିତ କରାଯାଇଥିଲା । ଘର ଓ ଦୋକାନ ସମ୍ମୁଖରେ ଗୌରିକ ପତାକା ଲଗା ଯାଇଥିଲା। ଅପରାହ୍ନ ୪ ଘଣ୍ଟ ସମୟରେ ମା ଠାକୁରାଣୀ ମନ୍ଦିର ରେ ପୂଜାର୍ଚ୍ଚନା ପରେ ସନାତନ ଧର୍ମୀ ଯୁବକ ମାନେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ଏକ ସୁସଜ୍ଜିତ ଯାନ ଓ ଡିଜେ ବଜାଇ ବିରାଟ ବାଇକ୍ ରାଲି କରି ନଗର ପରିକ୍ରମା କରିଥିଲେ। ମୁଣ୍ଡରେ ଉତ୍ତରୀୟ ପରିଧାନ କରି ଜୟ ଶ୍ରୀ ରାମ ଧ୍ବନି କହି ଚତୁର୍ଦ୍ଦିଗ ପ୍ରକମ୍ପିତ କରିଥିଲେ। ଡାବୁଗାଁ କୃଷି ଫାର୍ମ ପରିସରରେ ଥିବା ମା ଠାକୁରାଣୀ ମନ୍ଦିର ରୁ ବାଇକ୍ ରାଲି ବସ ଷ୍ଟାଣ୍ଡ,ମେଡିକାଲ ଛକ, ରେଭୀନ୍ୟୁ ସାହି,ନୂଆ ଗୁଡା, ପାତ୍ର ସାହି,ଗୌଡ଼ ସାହି,ତାରିଣୀ ମନ୍ଦିର ଛକ, ଜୟନ୍ତିନଗର, ଡଙ୍ଗରିଗୁଡ଼ା ଦେଇ ତାରିଣୀ ମନ୍ଦିର ଛକ ରେ ସମାପ୍ତ ହୋଇଥିଲା। ଡାବୁଗାଁ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁ ମାନଙ୍କୁ ତାରିଣୀ ମନ୍ଦିର ଛକ ରେ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଥିଲା। ଏଥିରେ ହିନ୍ଦୁ ଜାଗରଣ ମଞ୍ଚ ସଭାପତି ଦିବ୍ୟ ରଞ୍ଜନ ପାତ୍ର, ଭଗବାନ ମହାନ୍ତି, ଆର ଶଙ୍କର ରାଓ,ଶୁଭଜିତ ପାଣିଗ୍ରାହୀ,ସଞ୍ଜୟ ପାଢ଼ୀ, ଗଙ୍ଗା ମହାଙ୍କୁଡ,ସୁରେଶ ବେହେରା, ଜି ସତ୍ୟା ରାଓ,ରାଜେନ୍ଦ୍ର ମିଶ୍ର,ଗୋପାଳ ପାତ୍ର,ସଞ୍ଜୟ ଶତପଥୀ, ଏ ଶିବାନୀ ରାଓ, ସୌଭାଗ୍ୟ ବିଶ୍ବାଳ, ପାପିନୀ ମୁନି ସହ ଶତାଧିକ ସନାତନି ଯୁବକ ସାମିଲ ଥିଲେ।

Leave A Reply

Your email address will not be published.