ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର କୃଷି ଫାର୍ମ ପରିସରରେ ବିଜେପି ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ୧୯୮୦ ମସିହା ଏପ୍ରିଲ ୬ ତାରିଖ ଆଜିର ଦିନରେ ବିଜେପି ଦଳ ପ୍ରତିଷ୍ଠା ହୋଇଥିବା ବେଳେ ଏହା ପୃଥିବୀ ର ସର୍ବ ବୃହତ୍ ରାଜ ନୈତିକ ଦଳ ଭାବେ କାର୍ଯ୍ୟ କରୁଛି।ଭାରତ ର ଯଶଶ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ବିଜେପି ଦେଶରେ ଶାସନ କରୁଥିବା ବେଳେ ପୃଥିବୀ ରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ବରିଷ୍ଠ ବିଜେପି ନେତା ଦିୱାନ୍ ସିଂ ତାଙ୍କ ଅଭିଭାଷଣରେ କହିଥିଲେ। ମହାପୁରୁଷ ଙ୍କ ଦୃଢ଼ ନିଷ୍ଠା ,ତ୍ୟାଗ କୁ ସ୍ମରଣ କରି ବିଜେପି ର ସମସ୍ତ କର୍ମୀ ଦଳ କୁ ଆଗକୁ ନେବା ସହ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ କରିବା ଦିଗରେ ସମସ୍ତେ ଶପଥ ନେବାକୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ର ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ବରିଷ୍ଠ ସଦସ୍ୟ ମନୋରମା ନାୟକ, ଶୁଭଜିତ ପାଣି ଗ୍ରାହି, ଜେ ରାଜ ଶେଖର ରାଓ,ଆର ଶଙ୍କର ରାଓ,ଜି ସତ୍ୟା ରାଓ,ନରେଶ ସିଂ,ନୁରୁ ସିଂ,ଭୀମସେନ ଜେନା,ରତନ କଲାର, ୱ୍ଵାଈ ରାଜ ଶେଖର ଦୋରା , ପାପୀନି ମୁନି,ଦିନେଶ ସିଂ ଲାଲ,ହରିହର ଡଙ୍ଗରି ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post