ଓଡ଼ିଆ ପକ୍ଷ ପାଳନ ଅବସରରେ ପିର ପୀଠ ଓ ବେଳାଭୂମି ସଫେଇ ।

0 2

ଅସ୍ତରଙ୍ଗ/ଦୁଃଶାସନ ନାୟକ:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ଏକ ଠାରୁ ଚଉଦ ତାରିଖ ପର୍ଯ୍ୟନ୍ତ ପାଳନ କରା ଯାଉଥିବା ଓଡ଼ିଆ ପକ୍ଷ ପାଳନ ଅବସରରେ ରବିବାର ଦିନ ଛୁରିଆନା ଗ୍ରାମପଞ୍ଚାୟତ ତରଫରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପିର ଜାନିଆନା ପୀଠ ଓ ତତ୍ ସଂଲଗ୍ନ ବେଳାଭୂମି ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇ ଜାଇ ଅଛି । ଏହି ସଫେଇ କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୃଜୟ କୁମାର ମିଶ୍ର,ଅସ୍ତରଙ୍ଗ ସରପଞ୍ଚ,ରାମଚନ୍ଦ୍ର କାଣ୍ଡୀ, ଛୁରିଅନା ସରପଞ୍ଚ କ୍ଷୀରୋଦ କାଣ୍ଡି,ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ, ଫରେଷ୍ଟର କାଳୀଚରଣ ମହାନ୍ତି,ଆକାଉଣ୍ଟାଣ୍ଟ ଆକାଶ କୁମାର ଦାସ,ବ୍ଲକ ବି ଆର ସି,ସିମାସ୍କନ ସ୍ବାଇଁ , ସମାଜସେବୀ ଜିତେନ୍ଦ୍ର ନାୟକ,ସିଲୁ ପଢିଆରି,ଶିଶିର ବେହେରା,ଙ୍କ ସମେତ ୱାର୍ଡ ସଭ୍ୟ ,ବନ ସୁରଖ୍ୟା ସମିତିର ଗୁଣ୍ଡଳବା ର ସଭ୍ୟା ଆଦି ଯୋଗ ଦାନ କରି,ପିର ପୀଠ,ଯାତ୍ରା ପଡିଆ, ସମୁଦ୍ର ବେଳାଭୂମି , ଝାଉଁ ଜଙ୍ଗଲ ରେ ଥିବା ବଣଭୋଜି ସ୍ଥଳ ଆଦି ସଫେଇ କରିଥିଲେ ଓ ଏହି ସଫେଇ କାର୍ଯ୍ୟକ୍ରମ ରେ ୧୦୦ ପାଖାପାଖି ମହିଳା ଓ ପୁରୁଷ ସାମିଲ ଥିଲେ । ତତ୍ ପରେ ଏକ ଆଲୋଚନା ଚକ୍ର ଅସ୍ତରଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୃଜଯ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ,ରାଜ୍ୟ ଓ କେନ୍ଦ୍ର ସରକାର ଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଶେଷ କରି ଓଡ଼ିଆ ପକ୍ଷ ପାଳନ ଓ ତାହାର ତପ୍ତର୍ୟ୍ଯ ଉପରେ ଆଲୋଚନା କର ଜାଇ ଥିଲା ।

Leave A Reply

Your email address will not be published.