ବସ୍ ରେ ଗଞ୍ଜେଇ ଚାଲାଣ

0 2

 ବରଗଡ /ବିଜେପୁର ବରଗଡରୁ ରାୟପୁର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ରୁ ଛତିଶଗଡ ରାଜ୍ୟର ସୀମାନ୍ତ ସିଂଘୋଡା ପୁଲିସ ୨୨କିଲୋ ଓଜନର ଗଂଜେଇ ଜବତ କରିବା ସହିତ ଏଥିରେ ସଂପୃକ୍ତ ୨ଜଣ ଯାତ୍ରୀଙ୍କୁ ଗିରଫ କରିଛି।, ଗତ କାଲି ସକାଳେ ଯାଉଥିବା ଉକ୍ତ ବସରେ ଗଂଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ସୀମାନ୍ତ ସିଂଘୋଡା ଥାନା ପୋଲିସ ଏବଂ ଆଂଟି ନାର୍କୋଟିକ୍ସ ଟାସ୍କ ଫୋର୍ସ ବସକୁ ଅଟକାଇ ଯାଞ୍ଚ କରିଥିଲେ। ବସ ଭିତରୁ ଏକ ସୁଟକେଶ ଏବଂ ଏକ ପାନ ମସଲା ବ୍ୟାଗ ଖୋଲି  ଯାଞ୍ଚ କରାଯିବାରୁ ସୁଟକେଶ ଭିତରୁ ୬ପ୍ୟାକେଟ ଏବଂ ପାନମସଲା ବ୍ୟାଗ ଭିତରୁ ୫ପ୍ୟାକେଟ ଗଂଜେଇ ବାହାରିଥିଲା। ଏଥିରେ ସଂପୃକ୍ତି ଅଭିଯୋଗରେ ମଧ୍ୟପ୍ରଦେଶ ରାଜ୍ୟ ନର୍ମଦାପୁରମ ଜିଲା ଇଗରଶି ଥାନା ସାକିନାନ ଗ୍ରାମର ଅଂଶୁଳ ଅମରୋହୀ ଏବଂ ନିତୀନ ବେସକରଙ୍କୁ ପୁଲିସ୍ ଗିରଫ କରାଯାଇଥିବା ସିଂଘୋଡା ଥାନା ଅଧିକାରୀ ମହେଶ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.