କେନ୍ଦୁଝର ନାଗରିକ ମଞ୍ଚ ତରଫରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ।

0 2

 ଅଭାବ ଅସୁବିଧା ସ୍ବଚକ୍ଷୁରେ ଦେଖି ସିଡ଼ିଏମଓଙ୍କ ସହ ଆଲୋଚନା କଲେ।           

  କେନ୍ଦୁଝର,ତା୬/୪( ଦିଲ୍ଲୀପ ସାହୁ)- ଆଜି ପବିତ୍ର ରାମ ନବମୀ ଅବସରରେ କେନ୍ଦୁଝର ସିଟିଜେନ୍ ଫୋରମ୍ ପକ୍ଷରୁ ଏକ ୩ ଜଣିଆ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସର ବୁଲି ରୋଗୀଙ୍କ ସହ କଥା ହୋଇ ଚିକିତ୍ସକ ଓ କର୍ମଚାରୀଙ୍କ ସହ ଆଲୋଚନା କରି ଅଭାବ ଅସୁବିଧା ସ୍ବଚକ୍ଷୁରେ ଦେଖିଥିଲେ। ନାଗରିକ ମଞ୍ଚର ସତ୍ୟ ରଂଜନ ସାମଲ,ପ୍ରଫୁଲ୍ଲ କୁମାର ସାହୁ ଓ ଦିଲୀପ କୁମାର ସାହୁ ଏହି ପରିଦର୍ଶନରେ ଯାଇଥିଲେ। ପ୍ରଥମେ ମୁଖ୍ୟ ବିଲଡିଂ ବୁଲି ଦେଖିଲେ ଆଉଟଡୋରରେ ଥିବା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଔଷଧ ବିତରଣ କାଉଣ୍ଟର ଫାଙ୍କା ଥିଲା ଦିନ ୧୦ଟା ବାଜି ସାରିଥିଲେ ହେଁ କେହି ବସିନଥିଲେ। ଅଟୋମେଟିକ ଟିକେଟ କାଉଣ୍ଟର କିଓସ୍କ ଦୁଇଟି ଅଚଳ ଥିଲା। କୋଭିଡ ଟେଷ୍ଟ ସେଣ୍ଟର ଭିତରେ ଭଙ୍ଗା ବେଞ୍ଚ ପଡ଼ିଥିଲା ଭିତରେ କେହି ନଥିଲେ ଟେକ୍ନିସିଆନ୍ ଡେଙ୍ଗୁ ୱାର୍ଡ ଦୁଇ ଆଡ ଦାୟିତ୍ୱରେ ଅଛନ୍ତି। ପୁଣି ଭିତର ଔଷଧ ବିତରଣ କାଉଣ୍ଟର କିଛି ଦିନ ହେବ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପୁଣି କାଜୁଆଲିଟିର ୩ଟି ମେସିନ ଖରାପ ଥିବାରୁ ରୋଗୀ ହଇରାଣ ହେଉଥିବା ସେମାନେ ଦେଖିଲେ। ଡେଙ୍ଗୁ ୱାର୍ଡରେ ଏବେ ସଂପୂର୍ଣ୍ଣ ଖାଲି ଥିବା ନଜର ଆସିଲା ତେବେ ଖରା ବଢ଼ିଲେ ରୋଗୀ ବଢ଼ିବେ ବୋଲି ସୂଚନା ପାଇଲେ। ମେଡିକାଲ ପରିସର ଜଙ୍ଗଲ ପରି ଝାଟି ଗଛ ବଢ଼ି ଥିବାରୁ ବାହାରୁ ବୁଶ କଟିଙ୍ଗ ମେସିନ ଆଣି ସଫା କରିବାକୁ ବ୍ୟବସ୍ଥା କରିବାକୁ କିଛି ରୋଗୀ ଓ ସାଧାରଣ ନାଗରିକ କହିଥିଲେ। ସେହିପରି  ଗୁରୁତ୍ୱପୂର୍ଣ୍ଣ ଏକ୍ସରେ ରୁମ୍ ଯାଇ ଦେଖିଲେ ଗୋଟେ ଡିଜିଟାଲ ମେସିନ ଖରାପ ଅଛି ଏସି ସେଠାରେ କାମ ଦେଉନି। ୨୦ ବର୍ଷ ହେଲାଣି ଗୋଟେ ବଡ଼ ୩୦୦ ଏମଏ ଏକ୍ସରେ ମେସିନ ଅଛି ଯାହା ବଦଳରେ ଏବେ ୫୦୦ ଏମଏ ମେସିନର ଡିମାଣ୍ଡ ହେଲାଣି ବୋଲି ସୂଚନା ମିଳିଲା। ବଡ଼ କଥା ହେଲା ଏହି ବିଭାଗରେ ନିଜସ୍ଵ ଡିଜି ମେସିନ ନଥିବାରୁ ବିଜୁଳି ଗଲେ ବଡ଼ ଏକ୍ସରେ ମେସିନ ଚାଲୁନାହିଁ। ଏଣୁ ଏଠାରେ ନୂଆ ଏସି ମେସିନ ସହ ଡିଜି ସେଟ୍ ଦେବାକୁ ରୋଗୀ ଦାବି କରିଥିଲେ। ପୁଣି କ୍ୟାନ୍ସର ଡେ କେୟାର ସେଣ୍ଟର୍ ଭିତରେ ନୂଆ ଏସି ଦେବାକୁ ରୋଗୀ କହିଥିଲେ। ରବିବାରରେ ମଧ୍ୟ ଡାଏଲିସିସ୍ ୟୁନିଟ ଖୋଲିବାକୁ ଦାବି ହୋଇଥିଲା। ସେହିପରି ସିଟି ସ୍କାନ ମେସିନ ମୁଖ୍ୟ ପ୍ରବେଶ ଦ୍ଵାରା ମେଲା ଥିବାରୁ ଏସି ଠିକ୍ ଥଣ୍ଡା ଦେଇ ପାରୁନି। ବାରଣ୍ଡାରୁ ଡାକିଲେ ରୋଗୀ ଶୁଣି ପାରୁନାହାନ୍ତି ଏଠାରେ ତେଣୁ ଛୋଟ ସ୍ପିକର ଦେବାକୁ ଉଚିତ୍ ହେବ ବୋଲି ଆଲୋଚନା ହେଲା। ପୁଣି ନିଜସ୍ଵ ଡିଜି ଦେବାକୁ ଅନେକ ରୋଗୀ ସମ୍ପର୍କୀୟ କହିଥିଲେ ନହେଲେ ରୋଗୀ ଘଣ୍ଟା ଘଣ୍ଟା ପଡ଼ି ରହୁଛନ୍ତି। ସେହିପରି ଶିଶୁ ଓ ପ୍ରସୂତି ୱାର୍ଡ ଚଲା ରାସ୍ତାରେ ରୋଗୀ ପଡ଼ି ରହିଥିବାର କରୁଣ ଦୃଶ୍ୟ ସମସ୍ତେ ଦେଖିଲେ। ତୁରନ୍ତ ନୂତନ କୋଠାକୁ ଏହି ଦୁଇ ବିଭାଗ ଉଠେଇ ଦେବାକୁ ଅନେକ ପ୍ରସ୍ତାବ ଦେଇଥିଲେ। ସେହି ପରି ସ୍ତନ୍ୟ ପାନ କୋଠରୀକୁ ବ୍ୟବସ୍ଥିତ କରିବାକୁ ପ୍ରସ୍ତାବ ପାଇଥିଲେ। ପୁଣି ଗୁରୁତ୍ଵପୂର୍ଣ୍ଣ ରକ୍ତ ଭଣ୍ଡାରକୁ ଯାଇ ଦେଖିଲେ କି ରକ୍ତ ନେବାକୁ ଲୋକେ ବାହାରେ ବସିଛନ୍ତି ତେଣୁ ସେମାନଙ୍କ ଲାଗି ନୂତନ କୋଠାରେ ବ୍ୟବସ୍ଥା କରିବା ସହ ରକ୍ତ ପ୍ୟାକେଟ ଥିବାର ସୂଚନା ନେଇ ଡିଜିଟାଲ ଡିସପ୍ଲେ ବୋର୍ଡ ବ୍ୟବସ୍ଥା କରିବା ନେଇ ପ୍ରସ୍ତାବ ପାଇଥିଲେ। ପୁଣି ରକ୍ତ ଭଣ୍ଡାର ଲାଗି ନୂତନ ଇନକ୍ୟୁବେଟର, ସେଣ୍ଟ୍ରିଫ୍ୟୁଜ ମେସିନ ଆଦି ଗୁରୁତ୍ୱପୂର୍ଣ୍ଣ ମେସିନର ଆବଶ୍ୟକତା ଅଛି ବୋଲି ଦେଖି ଅନୁଭବ କଲେ। ସେହିପରି ଓୟାର ହାଉସ ଗଲେ ସେଠାରେ ମୁଖ୍ୟ ଦ୍ଵାର ଭାଙ୍ଗି ପଡ଼ିଥିବାରୁ ଭିତରକୁ ସାପ ବେଙ୍ଗ ପଶିବା ସମ୍ଭାବନା ଥିବା ଦେଖିଲେ। ଆଜି ମଧ୍ୟ ସଂକ୍ରାମକ ୱାର୍ଡ ବୋଲି ଡାଇରିଆ ୱାର୍ଡ ଦୂର ସ୍ଥାନରେ ଅଛି ସେଠାରେ ମାତ୍ର ୬ ବେଡ୍ ପାଇଖାନା ଯଥେଷ୍ଟ ନୁହେଁ ରୋଗୀ ରବର୍ ସିଟ୍ ପାଉ ନାହାନ୍ତି। ପାଖ ଯକ୍ଷ୍ମା ୱାର୍ଡର ୪ଟି ବେଡ୍ ଝାଡାବାନ୍ତି ରୋଗୀଙ୍କୁ ରହିବାକୁ ଦିଆ ହେଉଥିବା ସେମାନେ ଦେଖିଲେ। ଏଠାରେ ଭଲ ବ୍ୟବସ୍ଥା ହେବାକୁ ସେମାନେ ଦୃଷ୍ଟି ଆକର୍ଷଣ କରିବେ ବୋଲି ରୋଗୀଙ୍କୁ କହିଲେ। ଏହି ୱାର୍ଡ଼କୁ ମୁଖ୍ୟ ଵିଲ୍ଡିଂକୁ ଉଠାଇ ନେବାକୁ ଅନେକ କହିଥିଲେ। ସେହିପରି ଯକ୍ଷ୍ମା ୱାର୍ଡ ସଫେଇ ଠିକ୍ ଥିଲେ ମଧ୍ୟ ଝରକା ପଟେ ଲଟି ବୁଦା ଭର୍ତ୍ତି ହୋଇଥିବା ଦେଖା ଯାଇଥିଲା। କିଛି ଦିନପରେ ମେଡିକାଲ କଲେଜରେ ଏହି ବିଭାଗ ଆରମ୍ଭ ହେଲେ ସେଠାରେ ଟେଷ୍ଟିଂ ସେଣ୍ଟର୍ ଓ ଏକ୍ସରେ କରିବା ଜରୁରୀ ଆବଶ୍ୟକ ଏହା ହେଲେ ରୋଗୀ ଉପକୃତ ହେବେ ବୋଲି ଜାଣିଥିଲେ। ସେଠାରେ ଥିବା ୨ୟ ବଡ ଓୟାର୍ ହାଉସ ଓ ମାନସିକ ଚିକିତ୍ସା କେନ୍ଦ୍ର ଦେଖିଥିଲେ ଯାହା ଏବେ ବନ୍ଦ ଅଛି। ସେଠାରୁ ସଖୀ ୱାନ ଷ୍ଟପ୍ ସେଣ୍ଟର୍ ବୁଲି ଦେଖିଥିଲେ ଏହି କେନ୍ଦ୍ରର ସହାୟତା ମହିଳା ମାନେ ନେବାକୁ ସେମାନେ ଆହ୍ଵାନ ଦେଇଛନ୍ତି। ଏହି କେନ୍ଦ୍ର ପରିସରରେ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସହ ଏହି ଵିଲ୍ଡିଂକୁ ୨୪ ଘଂଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁବନ୍ଦୋବସ୍ତ କରିବାକୁ ସେମାନେ ଜରୁରୀ ବୋଲି କହିଥିଲେ। ଏହି ସବୁ ସମସ୍ୟା ପାର୍କିଂ, ରୋଗୀ ସମ୍ପର୍କୀୟଙ୍କ ସହ ଆଲୋଚନା ଭିତର ରାସ୍ତାଘାଟ ଆଦି ବିଷୟରେ ଆଖିରେ ମଧ୍ୟ ଦେଖି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି। ଏହାପରେ ନାଗରିକ ମଞ୍ଚ ତରଫରୁ ମୁଖ୍ୟ ଚିିତ୍ସାଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଏହି ବାବଦରେ ଚିଠା କରି ପ୍ରଶାସନ ସହ ବ୍ୟାପକ ଆଲୋଚନା କରି ଏହି ସବୁ ସମସ୍ୟା ନିଶ୍ଚିତ ଆବଶ୍ୟକତା ଭିତ୍ତିରେ ସମାଧାନ କରାଯିବ ବୋଲି ସମସ୍ତେ କହିଥିଲେ। ନାଗରିକ ମଞ୍ଚର ଏହିପରି ପରିଦର୍ଶନ ଲାଗି ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟ ଓ ବୁଦ୍ଧିଜୀବି ମାନେ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.