ଖପ୍ରାଖୋଲ ୬/୪(ହେମସାଗର ସାହୁ)ସରକାର ଙ୍କ ଉଦ୍ଦେଶ୍ୟ ପ୍ରତ୍ୟେକ ଦୁଃଖୀ ରଙ୍କି ଙ୍କୁ ମୁଠାଏ ଖାଇବା ମୁଣ୍ଡ ଗୁଞ୍ଜିବା କୁ ଘର ସୁନିଶ୍ଚିତ କରିବା…ନିମ୍ନତମ ମୌଳିକ ସୁବିଧା ରୁ ଯେପରି କେହି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସରକାର ଙ୍କ ମାଳ ମାଳ ଯୋଜନା | ହେଲେ ଗରିବ ଖଟି ଖିଆ ଅସହାୟ ଙ୍କ ପାଇଁ ଆବାସ ଗୃହ ଯେ ସାତ ସପନ ତାହା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଂଚାୟତ ବାଞ୍ଜିପାଲି ଗାଁ ର ଅସହାୟ କୁନ୍ତଳା ଙ୍କ ଘର କୁ ଘେରାଏ ବୁଲି ଆସିଲେ ଛାଏଁ ଜାଣି ପାରିବେ… ବୟସ 55ବର୍ଷ |
ବୟସ ର ସାୟହ୍ନ ରେ ଦାରୁଣ ଦୁଃଖ… ସତରେ.. ନିୟତି ର ପରିହାସ ନୁହଁ ତ ଆଉ କଣ???
ଅଜଣା ରୋଗ ରେ ପୀଡିତ ହୋଇ କୁନ୍ତଳା ଙ୍କ ଆଙ୍ଗୁଠି ମୋଡି ହୋଇଥିବାରୁ ଠିକ ରେ ଫିଙ୍ଗର ପ୍ରିଣ୍ଟ ଆସୁନି ଯାହା ଦ୍ୱାରା ଆଧାର କାର୍ଡ ଖଣ୍ଡିଏ ବି ମିଳି ପାରୁନି… ଯାହା ଦ୍ୱାରା ସରକାର ଙ୍କ ଯୋଜନା ରୁ ବଞ୍ଚିତ କୁନ୍ତଳା I ଏପରି କି ରାସନ କାର୍ଡ ନଥିବା ରୁ ଟଙ୍କିକିଆ ଚାଉଳ ଗଣ୍ଡିଏ ବି ପାଇବା ରୁ ବଞ୍ଚିତ I ଖାଇବାକୁ ଘରେ କିଛି ନାହିଁ ଅସହାୟ ଅବସ୍ଥା ରେ ଚିରା ଫଟା ପଲିଥିନ ଦିଆ ଘର ତଳେ ଦୁର୍ବିସହ ଜୀବନ ଜିଅନ୍ତି କୁନ୍ତଳା I ପଂଚାୟତ ରୁ ବ୍ଲକ ସବୁଠି ହାରି ଗୁହାରି କରିଛନ୍ତି ଅସହାୟ କୁନ୍ତଳା ହେଲେ ପ୍ରତିଶୃତି ଛଡା ଆଉ କିଛି ମିଳିନି.. ଆଉ ଏବେ ନିରାଶ ହୋଇ ଭାଗ୍ୟ କୁ ଆଦରି ପଡିରଛନ୍ତି ଅସହାୟ କୁନ୍ତଳା…ପରିବାର ରେ କେହି ନଥିବା ଵେଳେ ସ୍ୱାମୀ ଆର ପାରି ରେ.. ନିଃସନ୍ତାନ ଥିବା ରୁ କୁନ୍ତଳା ଙ୍କ ଦେଖା ଶୁଣା କରିବାକୁ କେହି ନାହାନ୍ତି I ପଡୋଶୀ ଙ୍କ ଦୟା ରୁ କେହି କେବେ କିଛି ଖାଇବାକୁ ଦେଲେ ଚଳିଯାନ୍ତି ନହେଲେ ନିର୍ଜଳା ଉପବାସ ରେ ଜୀବନ ବିତାନ୍ତି ଅସହାୟ କୁନ୍ତଳା I
ଅତି ଦୁର୍ବିସହ ଜୀବନ ଜିଉଁଥିବା କୁନ୍ତଳା ଙ୍କ ସହାୟତା ପାଇଁ ସାଧାରଣ ରେ ଦାବି ହେଉଛି
Sign in
Sign in
Recover your password.
A password will be e-mailed to you.
Next Post