ପଦ୍ମପୁର: ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ନୂଆପାଳି ନବ ପ୍ରଭାତ ଗୁରୁକୂଳ ଆଶ୍ରମ ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହରିଦ୍ୱାର ର ୨୦ବର୍ଷ ଅଭିଜ୍ଞତା ଥିବା ପିଜିଡିପି କର୍କଟ ଏବଂ ନ୍ୟୁରୋ ବିଶେଷଜ୍ଞ ବୈଦ୍ୟ ସୁବାଷ ନାୟକ ଯୋଗଦେଇ ରୋଗୀଙ୍କ ନାଡିର ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା କରିଥିଲେ। ଏହି ଶିବିରରେ ପାଖ ଜିଲ୍ଲା ବଲାଙ୍ଗୀର, ସୋନପୁର, ନୂଆପଡା, ବୋୖଦ୍ଧ ସମେତ ପଡୋଶୀ ରାଜ୍ୟ ଛତିଶଗଡ଼ ରୁ ରୋଗୀ ଆସି ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିର ଟି ପ୍ରତ୍ୟେକ ମାସର ପ୍ରଥମ ଶୁକ୍ରବାର ଓ ଶନିବାର ହୋଇଥାଏ, ଏଲୋପେଥିକ ଦ୍ୱାରା ଭଲ ହୋଇନଥିବା ବଡ଼ ବଡ଼ ରୋଗୀ ମାନେ ବହୁ ଦୁରୁ ଦୁରାନ୍ତରୁ ଆସି ନିଜ ପରୀକ୍ଷା କରିଥାନ୍ତି।ପ୍ରାଚୀନ ଆୟୁର୍ବେଦିକ ଚିକିତ୍ସା ଦ୍ବାରା ଅନେକ ଦୁଃସାଧ୍ୟ ରୋଗଠାରୁ ଅରୋଗ୍ୟ ଲାଭ କରାଯାଇପାରେ।ଏଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାରୁ ନବପ୍ରଭାତ ଗୁରୁକୂଳ କର୍ମକର୍ତ୍ତାଙ୍କୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.