ପୁରୀ (ଅନିମେଶ ପଟ୍ଟନାୟକ): ଏକ ନୂତନ ପରମ୍ପରାର ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅପ୍ରେଲ ୧ ତାରିଖ ରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିଛନ୍ତି ରାଜ୍ୟ ସରକାର । ଏହି ଅବସରରେ ପୁରୀ ଜିଲ୍ଲା ପାଳନ କରିଛି ଓଡ଼ିଆ ପକ୍ଷ । ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବଲପୁରୀ ଓ ଖଦି ବସ୍ତ୍ର ପିନ୍ଧି କାର୍ଯ୍ୟାଳୟରେ କାମ କରୁଥିବା ଦେଖିବାକୁ ମିଳିଛି । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର, ଡେପୁଟୀ କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ବସନ୍ତ ହାତୀ, ମନୀଷା ଷଡ଼ଙ୍ଗୀ, ସହଦେଵ ସାହୁ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ସହକାରୀ ଜିଲ୍ଲାପାଳ ତନ୍ମୟ ଦାସ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ, ପ୍ରୋଗ୍ରାମ ଅଫିସର ଚନ୍ଦ୍ର ପ୍ରଭା ଦେଇ,ଅନ୍ୟାନ୍ୟ କର୍ମଚାରୀ ମାନେ ପୋଷାକ ପରିଧାନ ପୂର୍ବକ ଫଟୋ ପ୍ରଦର୍ଶନ କରିଥିଲେ।
Sign in
Sign in
Recover your password.
A password will be e-mailed to you.