ରାମକୃଷ୍ଣଙ୍କୁ ଝୁରି ହେଉଛନ୍ତି ତାଙ୍କ ହାତଗଢା ବୃକ୍ଷଲତା

0 2

ଓଡ଼ଗାଁ,୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟସ୍ଥ ରଙ୍ଗଣୀପାଟଣା ଜନ୍ମ ମାଟିରେ ପରିବେଶ ସଂରକ୍ଷକ ତଥା ସମ୍ଭବ ଆଶ୍ରମର ସହ ପ୍ରତିଷ୍ଠିତା ସ୍ବର୍ଗତ ରାମକୃଷ୍ଣଙ୍କ ଦ୍ଵାଦଶ କ୍ରିୟା ଅବସରରେ ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଓଡ଼ଗାଁ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଅଧିବାସ ପଣ୍ଡା, ସମାଜସେବୀ ଦାମୋଦର ସାହୁ, ସମ୍ଭବ ସ୍ବେଚ୍ଛାସେବୀ ଅନୁଷ୍ଠାନର ପଦ୍ମଶ୍ରୀ ସାବରମତୀ ଯୋଗଦେଇଥିବା ବେଳେ ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପରିବେଶ ସୁରକ୍ଷାକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ରାମକୃଷ୍ଣଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରି ତାଙ୍କ ଜୀବନ ଶୈଳୀ ଏବଂ ସମ୍ପର୍କର ଅନୁଭବକୁ ବଖାଣିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ମୁଖ୍ୟ ବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ସାରସ କୁମାର ମିଶ୍ର, ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ, ରଞ୍ଜନ କୁମାର ଦାଶ, ବିଶ୍ବନାଥ ମହାପାତ୍ର, ଶ୍ରୀଧର ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ଅନାଦି ଚରଣ ମହାନ୍ତି, ଚନ୍ଦ୍ରମଣି ଜେନା, ଲଡୁକିଶୋର ସାହୁ, ମନୋଜ ନାୟକ, ନିରଞ୍ଜନ ନାୟକ, ଶିକ୍ଷୟିତ୍ରୀ ରେଣୁବାଳା ଚୌଧୁରୀ, କୁରାଳ ଅଞ୍ଚଳ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ସଭାପତି ରାମେଶ୍ବର ପଣ୍ଡା, ବିରେନ୍ଦ୍ର ସାହୁ ପ୍ରମୁଖ ସ୍ମୃତି ଚାରଣ କରିଥିବା ବେଳେ ରାମକୃଷ୍ଣଙ୍କୁ ତାଙ୍କ ହାତଗଢା ବୃକ୍ଷ ଲତା ଝୁରି ହେଉଥିବା କଥା ରଖିଥିଲେ । ଏବଂ ବ୍ୟଙ୍ଗ କବି ତଥା ଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ଦ୍ବାରା ମଞ୍ଚ ସଂଯୋଜନା ହୋଇଥିଲା ।

Leave A Reply

Your email address will not be published.