ଟିକ୍ରାପଡା ରାମଲିଳା ମନ୍ଦିରର ଭୋଗ ମଣ୍ଡପ ଉଦ୍ଘାଟନ କଲେ ନରସିଂହ

0

ବଲାଙ୍ଗିର(ନିରୋଜ ମିଶ୍ର)  ବଲାଙ୍ଗିର ଟିକ୍ରାପଡା ସ୍ଥିତ ରାମଲିଳା ମନ୍ଦିରର ଭୋଗ ମଣ୍ଡପ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ କର କମଳରେ ଟିକ୍ରାପଡା ରାମଲିଳା ମନ୍ଦିରର ଭୋଗ ମଣ୍ଡପ  ଉଦ୍ଘାଟିତ କଲେ ନରସିଂହ ହୋଇଯାଇଛି । ୨୦୧୭-୧୮ ବିଧାୟକ ପାଣ୍ଠିରୁ ୫ଲକ୍ଷ ଟଙ୍କାରେ ଏହି ଭୋଗ ମଣ୍ଡପଟି ନିର୍ମାଣ ହୋଇଛି । ଗତ ବର୍ଷ ଏହି ମନ୍ଦିରକୁ ଦର୍ଶନ ସମୟରେ ବିଧାୟକଙ୍କୁ ପଡାର ଶହସ୍ରାଧିକ ମହିଳା ଓ ପୁରୁଷ ଏଠାରେ ଏକ ଭୋଗ ମଣ୍ଡପ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ଏଥିରେ ବିଧାୟକ ସମ୍ମତି ପ୍ରଦାନ କରିବା ସହ ଆବଶ୍ୟକ ଥିବା ଅନୁଦାନର ବ୍ୟବସ୍ଥା କରିଥିଲେ । ୧୪୦୦ ବର୍ଗଫୁଟ ପରିମିତ ଏହି ଭୋଗ ମଣ୍ଡପଟି ଆଜି ଠାରୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉପଲବ୍ଧ ରହିବ । ପୂଜାପାଠ, ବ୍ରତୋପନୟନ ତଥା ଅନ୍ୟାନ୍ୟ ଧାର୍ମିୟ ସାମାଜିକ ଅନୁଷ୍ଠାନମାନ ଅନାୟସରେ ଏହି ମଣ୍ଡପରେ  ଆୟୋଜନ କରାଯାଇ ପାରିବ ।  ଏହି ଉଦ୍ଘାଟନି ସମାରୋହର ପରବର୍ତ୍ତି ସଭାରେ ସଭାପତି ଭଗବାନ ବଗର୍ତ୍ତି ବିଧାୟକ ଶ୍ରୀ ମିଶ୍ରଙ୍କୁ ଏହି ନିର୍ମାଣ କାର୍ଯ୍ୟ ଅନୁଦାନ ପାଇଁ ପଡାବାସୀଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ପ୍ରତି ଉତ୍ତରରେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ପଡାବାସୀ ଯେତେବେଳେ ବି ଯାହା କରିବା ପାଇଁ ମତେ ନିଦେ୍ର୍ଧଶ ଦେଇଛନ୍ତି ମୁଁ ସେ ସବୁକୁ ସହୃଦୟତାର ସହିତ ସବୁବେଳେ ପାଳନ କରୁଛି । ଆଗାମୀ ଦିନରେ ମଧ୍ୟ ଅଞ୍ଚଳବାସୀ ପଡାର ବିକାଶ ପାଇଁ ଏକମନ ହୋଇ କାମ କଲେ ଆମେ ସମସ୍ତେ ମିଶି ଏହି ପଡା ପାଇଁ ବହୁତ କାମ କରିପାରିବା, କୌଣସି  ଜିନିଷ ବି ଆମ ପାଇଁ ଆଉ ଅସମ୍ଭବ ହୋଇ ରହିବ ନାହିଁ । ଆଜିର ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉପସ୍ଥିତ ଥିବା ପଡାବାସୀଙ୍କୁ ଶ୍ରୀ ମିଶ୍ର ଶୁଭ କାମନା ଦେବା ସହ ଅଭିନନ୍ଦନ ଜଣାଇଥିଲେ ।  ମଣ୍ଡପ ନିର୍ମାଣ କାମରେ ପଡାର ଅଙ୍କୁଶ ହୋତା ଓ କୁନୁ ପାତ୍ର ସକ୍ରିୟ ରହି ମଣ୍ଡପଟିକୁ ସୁନ୍ଦର ହିସାବରେ ନିର୍ମାଣ କରାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପଡାର ବରିଷ୍ଠ ନାଗରିକ ମୋତି ଅଗ୍ରୱାଲ, ଅଶୋକ ନନ୍ଦ, ରବି ଅଗ୍ରୱାଲ ମଞ୍ଚାସିନ ଥିବା ବେଳେ ବରିଷ୍ଠ   ସଭ୍ୟ ପ୍ରକାଶ ନେପାକ ଧନ୍ୟବାଦ ଦେଇଥିବା ବେଳେ ମଞ୍ଜୁ ପାଣି, ରୀନା ମହାନ୍ତି, ବୁଲୁ ଦାନି, ସନ୍ତକ ବହିଦାର, ସମୀର ପଟ୍ଟନାୟକ, ଅଙ୍କୁଶ ହୋତା, କୁନୁ ପାତ୍ର, ଭରତ ପୋଡ, ସମ୍ୟଜିତ ସରାଫ, ମହମ୍ମଦ ଅକବର, ଅଖଣ୍ଡ ସେଠ, ଟୁନା ହୋତା, ବିକି ପଣ୍ଡା, ବାବୁ ସା, ସୁରେନ୍ଦ୍ର ସାହୁ, ପ୍ରମୋଦ ସାହୁ, ସୁନିଲ ବେହେରା, ରାଜୁ ମିଶ୍ର, ପ୍ରକାଶ ସାହୁ, ଅଭିନାଶ ସାଏ, ଦୁର୍ଗା ସାହୁ ଙ୍କ ସମେତ ଅନେକ ମହିଳା ଉପସ୍ଥିତ ଥିଲେ ।

 

 

 

 

Leave A Reply

Your email address will not be published.