କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶିପୁର ବ୍ଲକ କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ପକ୍ଷରୁ ଶିକ୍ଷାର ଉନ୍ନତିପାଇଁ ଜ୍ଞାନବୃଦ୍ଧି ପାଠଶାଳା କାଡାପଦର ଗ୍ରାମଠାରେ ଆରମ୍ଭ ହୋଇଯାଇଛି ।ଏହି ପାଠଶାଳା ପ୍ରକଳ୍ପ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଞ୍ଚଳର ଉନ୍ନତ ଶିକ୍ଷା ଯୋଗାଇବା। ଭିତ୍ତିଭୂମି ଅଭାବରୁ ବିଦ୍ୟାଳୟର ଛୁଟି ହେବା ପରେ ପିଲାମାନେ ପାଠ ନ ପଢି ଏପଟ ସେପଟ ବୁଲି ଆଉ ପାଠ ପଢୁନାହାନ୍ତି ।ଆଦିତ୍ୟ ଆଲୁମିନା ପ୍ରପଳ୍ପ ର ସିଇଓ ମଜହର ବେଗ ଅଞ୍ଚଳର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିବାବେଳେ ଶିକ୍ଷା ଉପରେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି।
ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗ୍ରାମର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସକାଳ ଏବଂ ସନ୍ଧା ସମୟରେ ଉନ୍ନତ ମାନର ଶିକ୍ଷା ଦିଆଯିବ ବୋଲି କହିଛନ୍ତି ।ଆଗାମୀ ଦିନର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ପଢାଯିବ ବୋଲି ସିଈଓ କହିଛନ୍ତି ।ଗୁରୁବାର ଦିନ ପୋଡାପାଢି ପଞ୍ଚାୟତ ଅନ୍ତର୍ଗତ କାଡାପଦର ଗ୍ରାମଠାରେ ଆରମ୍ଭ ହୋଇଛି ଜ୍ଞାନବୃଦ୍ଧି ପାଠଶାଳା ।ଆଦିତ୍ୟଆଲୁମିନା ଓ ଲିଭରା ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏହି ପାଠଶାଳା ଆରମ୍ଭ ହୋଇଛି |
ଆଦିତ୍ୟ ଆଲୁମିନା କମ୍ପାନୀ ର ସିଇଅ ମଜହର ବେଗ, ଲିଭରା ଫାଉଣ୍ଡେସନ ର ମୁଖ୍ୟ ଡଂ ପ୍ରୋଦ୍ୟୁମ୍ନ କିଶୋର ପ୍ରହରାଜ ,ଏଚ ଆର ହେଡ ଦୀପକ ମହାନ୍ତି ,ସିଏସଆର ହେଡ ତନ୍ମୟ ମହାନ୍ତି, କୈଶିକ ସରଣ ମିଶ୍ର, ବାସୁଦେବ ଖୁଣ୍ଟିଆ,ସିଏସଆର କ୍ଲଷ୍ଟର ହେଡ ଶିବ ମହାପାତ୍ର, ଏଚ ଆର କ୍ଲଷ୍ଟର ହେଡ କ୍ରିଷ୍ଣାଭାନି ପାଢୀ, ପ୍ରସାନ୍ତ ପାଣିଗ୍ରାହି, ପୋଡ଼ାପାଡ଼ି ସରପଞ୍ଚ ଲିଲାବତୀ ମାଣ୍ଡାଙ୍ଗି, ବାଙ୍କାମ୍ବ ସରପଞ୍ଚ ପିଲୁକୁ ମାଝୀ, ପୂର୍ବତନ ପୋଡ଼ାପାଡ଼ି ସରପଞ୍ଚ ତଥା ଅବିଭାବକ ଅର୍ଜି ମାଝୀ, ବିଜୟରତ୍ନ ଚୌଧୁରୀ, ଡୋଉଲ ରତ୍ନଚୌଧୁରୀ, ବିଦ୍ୟାରତ୍ନଚୌଧୁରୀ, ନିଳକଣ୍ଠ ଝୋଡିଆ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି ପାଠଶାଳା ଶୁଭାରମ୍ଭ କରିଥିଲେ । ଆଗକୁ ଅଞ୍ଚଳରେ ୧୦ ଗୋଟି ପାଠଶାଳା କରି ଉଚ୍ଚ ଶିକ୍ଷିତ ଯୁବକ-ଯୁବତୀ ଙ୍କୁ ନିଯୁକ୍ତି ଦେବାସହ ଛାତ୍ରଛାତ୍ରୀ ମାନଙ୍କ ସୁନ୍ଦର ଭବିଷ୍ୟତ ଗଠନ କରିବା ପାଇଁ କମ୍ପାନୀର ପ୍ରୟାସ ଜରି ରହିବ ବୋଲି ଶ୍ରୀଯୁକ୍ତ ବେଗ କହିଛନ୍ତି।