ରାମକୃଷ୍ଣ ବିଦ୍ୟାନିକେତନ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ।

0 2

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ରାମକୃଷ୍ଣ ବିଦ୍ୟାନିକେତନ ର ତ୍ରୟୋଦଶ ତମ ବାର୍ଷିକ ସାଂସ୍କୃତିକ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ପରିଚାଳନା କମିଟି ର ଉପ ସଭାପତି ବିଜୟ କୁମାର ବଳ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା । ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଡ ପଙ୍କଜ କୁମାର ଜେନା ଓ ମୁଖ୍ୟ ବକ୍ତା ଭାବେ ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନିଗ୍ଧା ମହାନ୍ତି ଯୋଗ ଦେଇଥିଲେ। ଅତିଥି ପରିଚୟ ପ୍ରଧାନ ଆଚାର୍ଯ୍ୟ ଧୀରେନ୍ଦ୍ର ବାରିକ୍ ପ୍ରଦାନ କରିଥିଲେ। ବାର୍ଷିକ ବିବରଣୀ ତପନ କୁମାର ବାରିକ୍ ପାଠ କରିଥିଲେ।  ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି। ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ବହୁ ମୂଲ୍ୟବାନ ବିଷୟ କହିଥିଲେ। ଏହି ଅବସର ରେ ସେବା ନିବୃତ ଶିକ୍ଷକ ସଦାନନ୍ଦ ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଧନ୍ୟବାଦ୍ ପ୍ରଧାନ ଆଚାର୍ଯ୍ୟ ଧୀରେନ୍ଦ୍ର କୁମାର ବାରିକ୍ ପ୍ରଦାନ କରିଥିଲେ।ଶେଷ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।

Leave A Reply

Your email address will not be published.