ବାସୁଦେବପୁର- ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ରଥପଦା ଇରମ ଠାରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ୨୫ ତମ ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ସଭାପତି ଶ୍ରୀଯୁକ୍ତ ଶଶାଙ୍କ ଶେଖର ମହାନ୍ତି ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା।ମୁଖ୍ୟ ଅତିଥି ଭାବେ ସମାଜ ସେବୀ ରେବତୀ କାନ୍ତ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ କବି ଦୀନବନ୍ଧୁ ପତି, ସମ୍ମାନିତ ଅତିଥି ଭାବେ ସମାଜସେବୀ ମନୋଜ କୁମାର ନାୟକ, ଶିକ୍ଷାବିତ୍ ଅମିୟ ପାଣିଗ୍ରାହୀ , ପ୍ରାଧ୍ୟାପକ ରତିକାନ୍ତ ଦାସ, ସରପଂଚ ସାବିତ୍ରୀ ବଳ, ସମିତି ସଭ୍ୟା ଲଗ୍ନିକା ମଲ୍ଲିକ, ସମାଜସେବୀ ନୀରଦ ଦାଶ ଓସମ୍ପାଦକ ଦୟାନିଧି ବେହେରା ଉପସ୍ଥିତ ଥିଲେ। ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା ଶିକ୍ଷକ ବସନ୍ତ କୁମାର ପାଣି କରିଥିବା ବେଳେ ବାର୍ଷିକ ବିବରଣୀ ଶିକ୍ଷୟିତ୍ରୀ ଅଳକା ପାଢ଼ୀ ପାଠ କରିଥିଲେ। ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ବହୁ ମୂଲ୍ୟବାନ ବିଷୟ ପ୍ରଦାନ କରିଥିଲେ।ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି । ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post