ଆମରଣ ଅନଶନ ରେ ପଦ୍ମପୁର କୋଶଳ ସେନା

0 2

 

ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଉପଯୁକ୍ତ ଡାକ୍ତର, ବେଡ଼, ଆଇସିୟୁ , ନର୍ସ ପଦବୀ ପୂରଣ କରାଯାଉ ବୋଲି ଆଜି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ଶୋଭାଯାତ୍ରାରେ ବାହାରି ଉପଖଣ୍ଡ ଚିକିତ୍ସାଲୟ ରେ ପହଞ୍ଚି ଥିଲେ। ରେଳିରେ ଚାଷୀ ନେତା ଅଜିତ ଶତପଥୀ, ଓକିଲ ସଂଘ ସଭାପତି ଆନନ୍ଦ ପଣ୍ଡା, ମହେଶ ପଣ୍ଡା, ବାସମତି ବନଛୋର, ନେତ୍ରାଭିଲ, ପ୍ରେମନ ଦା ଓ କୋଶଳ ସେନାର ସମସ୍ତ ସଦସ୍ୟ ଯୋଗଦେଇଥିଲେ। ପରେ ଆମରଣ ଅନଶନ ରେ ବସିଥିଲେ, ସୂଚନା ଯୋଗ୍ୟ ଝାରବନ୍ଦ ବ୍ଲକ ର ତିନି ଜଣ ଯୁବକ ସରୋଜ ପ୍ରଧାନ, ଡେବିଡ଼ ସିଂ ବରିହା, ରମେଶ ଚନ୍ଦ୍ର ଲୁହାର ଆମରଣ ଅନଶନ ରେ ବସିଛନ୍ତି।

Leave A Reply

Your email address will not be published.