ସୁରକ୍ଷିତ ଜୀବନଶୈଳୀ ପ୍ରଦର୍ଶନୀ

0 1

ଗାଇସିଲେଟ / ମନ ଡନସନା :- ସୁସ୍ଥ ଜୀବନ ଓ ସୁରକ୍ଷିତ ପରିବେଶ ପାଇଁ ଆମ ଜୀବନଶୈଳୀ ଉପରେ ଆଧାରିତ ଏକ ବ୍ଳକ ସ୍ତରୀୟ ପ୍ରଦର୍ଶନୀ ଗାଇସିଲେଟ ବ୍ଳକ ର ସରକାରୀ ନୋଡାଲ ହାଇସ୍କୁଲ ଶରଧାପାଲି ଠାରେ ଆଜି ଅନୁଷ୍ଠିତ ହୋଇଯାଇଅଛି। ଏହାର ଉଦଘାଟନ ସମାରୋହ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକିଲ ପାଣ୍ଡେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଓ ଗାଇସିଲେଟ ବିଇଓ ରାମଲାଲ ବରିହା ମୁଖ୍ୟ ଅତିଥି,ଏବିଇଓ ଜୟ କୁମାର ସାହୁ , ଗାଇସିଲେଟ ବ୍ଳକ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଅନୀଲ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ପ୍ରଦର୍ଶନୀ କୁ ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟର ୫୦ ଟି ପ୍ରକଳ୍ପ ପ୍ରଦର୍ଶୀତ ହୋଇଥିଲା। ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ନାଥ, ରାଜେଶ କୁମାର ଖମାରୀ ଓ ମାନସ ରଂଜନ ଶତପଥୀ ବିଚାରକ ଭାବରେ ଯୋଗଦାନ କରି ଏହି ପ୍ରକଳ୍ପ ଗୁଡ଼ିକ ର ମୂଲ୍ୟାଙ୍କନ କରିଥିଲେ। ଉଦଯାପନ ସମାରୋହ ବି ଆର ସି ସି ନେହେରୁ ଦାଶଙ୍କ ସଭାପତିତ୍ବରେ ବ୍ଳକ ଚେୟାରମେନ ପ୍ରଣୟ କୁମାର ସାହୁ ମୁଖ୍ୟଅତିଥି, ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ଶରଧାପାଲି ସରପଞ୍ଚ ଲକ୍ଷ୍ମୀ ପ୍ରଧାନ, ଏବିଇଓ ଧବଳେଶ୍ଵର ବରିହା, ଶିକ୍ଷାବିତ ନିରଞ୍ଜନ ପଣ୍ଡା, ପରମେଶ୍ବର ସାହୁ, ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମେନ ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସମସ୍ତ ପ୍ରତିଯୋଗୀ ଓ କୃତି ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାରରେ ସମ୍ବର୍ଦ୍ଧିତ କରିଥିଲେ। ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଜଗଲପାଟର ରଞ୍ଜିତା ଭୁଏ, ଗାଇସିଲେଟ ନୋଡାଲ ହାଇସ୍କୁଲର ସନ୍ଧ୍ୟାରାଣୀ ସାହୁ, ଓ କଠଉମାଲ ନୋଡାଲ ହାଇସ୍କୁଲର କ୍ରିଷ୍ଣା ମହାନନ୍ଦ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀକୁ ଉନ୍ନିତ ହୋଇଛନ୍ତି। ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ପରିବେଶ ଶିକ୍ଷା କେନ୍ଦ୍ର ଭୁବନେଶ୍ଵର ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଗାଇସିଲେଟ ବ୍ଳକ ବିଜ୍ଞାନ ସଂଯୋଜକ ମୋହନ ରଣା ସଂଯୋଜନା କରିଥିବା ବେଳେ ଆୟୋଜକ ବିଦ୍ୟାଳୟର ବିକାଶ ଚନ୍ଦ୍ର ରଣା, ବିନ୍ଦୁ ବରିହା, ନିହାରିକା ବଢାଇ, ମାନଭଞ୍ଜନ ପାଣିଗ୍ରାହୀ, ମିତ୍ରବିନ୍ଦା ଦାଶ ଓ ଅନ୍ୟାନ୍ୟ ଶିକ୍ଷକ କର୍ମଚାରୀ ବିଶେଷ ସହଯୋଗ କରିଥିଲେ ଓ ଶେଷରେ ନନ୍ଦ କିଶୋର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.