ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୫/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୮ ଟି କ୍ଲଷ୍ଟର ର ୧୬ ଗୋଟି ବିଦ୍ୟାଳୟ ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ଆନୁକୂଲ୍ୟରେ ମୌଳିକ ସାକ୍ଷରତା ପରୀକ୍ଷା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୯ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। କୌଣସି କାରଣରୁ ଅଧାରୁ ପାଠ ଛାଡିଥିବା ୧୫ ରୁ ୩୫ ବୟସ ରହିଥିବା ବ୍ୟକ୍ତି ମାନେ ଜ୍ଞାନ ବୃଦ୍ଧି ପାଇଁ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀ ମାନଙ୍କୁ ଶିକ୍ଷା ବିଭାଗ ତରଫରୁ ମାଗଣାରେ ଖାତା,ପେନ୍, ପେନ ସିଲ, ରବର ଓ କଟର ଦେଇ ପରୀକ୍ଷା କରାଯାଇଥିଲା। ଅଭିଭାବକ ତଥା ଗୋଷ୍ଠୀ କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ସରକାର ଏହି ଅଭିନବ ପ୍ରୟାସ କରିଛନ୍ତି। ଏଥିରେ ବିଇଓ ରଶ୍ମିତା ନେତମ ଙ୍କ ଅଧ୍ୟକ୍ଷତାରେ ଏବିଇଓ ଭଗବାନ ମାଝୀ ଓ ସନ୍ତୋଷ କୁମାର ସାହୁ ପର୍ଯ୍ୟବେକ୍ଷକ ରହିଥିବା ବେଳେ ୧୬ ଟି ପରୀକ୍ଷା କେନ୍ଦ୍ରରେ ସିଆରସିସି ଗୁପ୍ତ ପ୍ରସାଦ ନାଗ,ହେମନ୍ତ ପଣ୍ଡା,ପ୍ରସନ୍ନ ଦଣ୍ଡସେନା, ଧନଞ୍ଜୟ ବଡ ଜେନା,ହେମେନ୍ଦ୍ର ନାଥ ବେହେରା ଓ ଗୀତାଞ୍ଜଳି ବସ୍ତିଆ ପରୀକ୍ଷା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.