ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୫/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗିର୍ଲିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଆମ ସଂସ୍କୃତି ଓ ଆମ ଖେଳନା ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏବିଇଓ ଭଗବାନ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଏବିଇଓ ସନ୍ତୋଷ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଚଚରାଗୁଡ଼ା ସରପଞ୍ଚ ରାଞ୍ଜୁ ଭତରା ,ନାଏବ ସରପଞ୍ଚ ଯୁଧିଷ୍ଟିର ତନ୍ତୀ, ସିଆରସିସି ଗୁପ୍ତ ପ୍ରସାଦ ନାଗ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭଗବାନ ଭତରା ପ୍ରମୁଖ ମଞ୍ଚଷିନ ଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରେକୃଷ୍ଣ ବାଡତିଆ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ବାର୍ଷିକ ଉତ୍ସବ ର ଆନୁଷ୍ଠାନିକ ଉଦଘାଟନ କରାଯାଇଥିଲା। ମୁଖ୍ୟ ବକ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ସମୟାନୁବର୍ତ୍ତିତା ସହ ଶୃଙ୍ଖଳିତ ରହିବାକୁ କହିଥିଲେ।ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଆଜିର ଶିଶୁ କାଲିର ଭବିଷ୍ୟତ ବୋଲି କହିବା ସହ ଶିକ୍ଷା ସହ ନିଜ ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରିବାକୁ କହିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଡାବୁଗାଁ ର ପୂର୍ବତନ ବିଇଓ ଶିବ ଶଙ୍କର ମଣ୍ଡଳ ଙ୍କ ଆଜି ସକାଳେ ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଆମର ଆତ୍ମାର ସଦ ଗତି ପ୍ରାପ୍ତ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ପୂର୍ବରୁ ବାର୍ଷିକ କ୍ରୀଡା ରେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଶେଷ ରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ଶିକ୍ଷକ ଜିତେନ୍ଦ୍ର ମାଝୀ,ଇନ୍ଦ୍ର ଭତରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କର୍ଣ୍ଣ ଭତରା,ବୈଶାଖୁ ଭତରା,ଦୁର୍ଯ୍ୟ ଭତରା,ଅର୍ଜୁନ ଭତରା,ବୃନ୍ଦା ଭତରା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post