ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତୃତୀୟ ବର୍ଷ ଛାତ୍ରୀ ମାନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଡ଼ଃ ପ୍ରଫୁଲ୍ଲ କୁମାର ଜେନା, ଅଜୟ କୁମାର ବିଶ୍ୱାଳ, ଅଶୋକ କୁମାର ପ୍ରଧାନ, ସପନ କୁମାର ପ୍ରଧାନ, ବିଶ୍ୱ ରଞ୍ଜନ ସ୍ୱାଇଁ, ରଞ୍ଜିତ କୁମାର ସାମଲ ସମସ୍ତ ଅତିଥି ଭାବେ ଯୋଗଦେଇ ମଞ୍ଚାସିନ ଥିଲେ। ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପିକା ପିଙ୍କି ପାତ୍ରଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ସୁନ୍ଦର ଉପଦେଶ ଦେବା ସହ ସେମାନେ କିପରି ଜୀବନରେ ଉନ୍ନତି କରିପାରିବେ ଓ ସେମାନେ କିପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ବିଷୟରେ ଉଚ୍ଚକୋଟୀର ବକ୍ତବ୍ୟ ପ୍ରଦାନ କରିବା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅଧ୍ୟାପିକା ପିଙ୍କି ପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post