“ସ୍ଥାନୀୟ ଅନୁଷ୍ଠାନମାନଙ୍କ ଦ୍ୱାରା ନୃତ୍ୟକଳା ପ୍ରଦର୍ଶନ ଜାତୀୟ ସ୍ତରଠୁ କୌଣସି ଗୁଣରେ କାମ ନୁହଁ”

0

 ସପ୍ତମ ଓଡଗାଁ ମହୋତ୍ସବ  ଓ ପଲ୍ଲୀଶ୍ରୀ ମେଳା ୨୦୧୯ ଉଦଯାପିତ

ଓଡ଼ଗାଁ : ମହୋତ୍ସବ ସ୍ଥାନୀୟ ଲୋକକଳା,ଐତିହ୍ୟ ଓ ସସ୍କୃତିର ବିକାଶ ପାଇଁ ଏକ ମାଧ୍ୟମ ।  ମଂଚ ମାଧ୍ୟମରେ ସାଂସ୍କୃତିକ କଳା ବିନିମୟ ଦ୍ୱାରା ନୂଆ ନୂଆ ସମ୍ପର୍କ ସୃଷ୍ଟି ହେବାସହ ପ୍ରତ୍ୟକ୍ଷ ଭାବେ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇ ଆର୍ଥୀକ ସୁଧାରରେ ସହାୟକ ହୋଇଥାଏ । ସାମାଜିକ ବ୍ୟବସ୍ଥା ଶୃଙ୍ଖଳିତ ହୋଇଥାଏ ବୋଲି ଏଭଳି ଅନେକ ମତ ରଖିଥିଲେ ରଣପୁର ବିଧାୟକ ରବିନାରାୟଣ ମହାପାତ୍ର । ଓଡଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୧୯ ଉଦଯାପନୀ ସନ୍ଧ୍ୟାରେ ମହୋତ୍ସବ କମିଟିର ସମ୍ପାଦକ ତଥା ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ଶ୍ରୀ ମହାପାତ୍ର  ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ, ଓଡଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜା ଲକ୍ଷ୍ମୀ ସାହୁ ଯୋଗଦେଇଥିଲେ ।  ୧୦ ତାରିଖ ଠାରୁ ୪ଦିନ ଧରି ଚାଲିଥିବା ମହୋତ୍ସବର ଶେଷ ସନ୍ଧ୍ୟାରେ ୧୨ଟି ଦଳଗତ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ସେମାନଙ୍କ ଭିତରୁ ସରସ୍ୱତୀ ଡ୍ୟାନ୍ସ ଏକାଡେମୀ ସର୍ବୋକୃଷ୍ଟ ଦଶାବତାର ନୃତ୍ୟ ପ୍ରଦର୍ଶନ କରି ଓଡଗାଁ ମହୋତ୍ସବର ନୃତ୍ୟଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲା । ବୈଦେହୀ ସଙ୍ଗୀତାୟନ, ରୟାଲ ଡ୍ୟାନ୍ସ ଏକାଡେମୀ ଏବଂ ସରକାରୀ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟ ଓଡଗାଁ ଯଥାକ୍ରମେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ । ଅନ୍ୟ ୮ଟି ଦଳକୁ ସାନ୍ତ୍ୱନା ମୁଳକ ପୁରସ୍କାର ଦିଆଯାଇଥିଲା । ସ୍ଥାନୀୟ ଅନୁଷ୍ଠାନମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ସଙ୍ଗୀତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଠାରୁ କୈାଣସି ଗୁଣରେ କମ ନଥିଲା ବୋଲି ଦର୍ଶକ ମାନେ ମତ ପ୍ରକାଶ କରିଥିଲେ । ମେଲୋଡି ଗୀତ୍ ମିଲନର ସଂଗୀତ ନିର୍ଦ୍ଦେଶକ  ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରଥିଲା ।

Leave A Reply

Your email address will not be published.