(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା ) – ଖଲ୍ଲିକୋଟ ର ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ କନକ ମଞ୍ଜରୀ ଉଚ୍ଚ ବାଳିକା ବିଦ୍ୟାଳୟରେ “ପ୍ରସ୍ତୁତି” ଉପରେ ଆଧାରିତ, ବ୍ଳକ୍ ସ୍ତରୀୟ ପାଞ୍ଚ ଦିବସୀୟ ଶିଶୁ ବାଟିକା ତାଲିମ୍ ଶିବିର ଅନୁଷ୍ଠିତ ହୋଇସାରିଛି। ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଖଲ୍ଲିକୋଟ, ତଥା ସମଗ୍ର ଶିକ୍ଷା, ଗଞ୍ଜାମ,ଛତ୍ରପୁର ଙ୍କ ଆନୁକୁଲ୍ୟରେ ହୋଇ ଥିବା ଜଣାପଡ଼ିଛି । ଏହା ତାରିଖ ୧୦-୦୩- ୨୦୨୫ ରୁ ୧୩-୦୩-୨୦୨୫ ଏବଂ ୨୪-୦୩-୨୦୨୫ ପର୍ଯ୍ୟନ୍ତ ହୋଇଥିଲା। ଏଅଵସରରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ପ୍ରଶିକ୍ଷଣ ଚାଲିଥିଲା। ଉଭୟ ତାଲିମ୍ ଶିବିର ରେ ମୋଟ ୧୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଲିମ୍ ନେଇ ଥିବା ବେଳେ ଆର୍ ପି ମାନେ ଶିକ୍ଷାଦାନ ଦେଇଥିଲେ। ଏଥିରେ ସହଯୋଗ କରିଥିଲେ ସି ଆର୍ ସି ସି ତଥା ଅନ୍ୟାନ୍ୟ ତାଲିମ୍ ଗ୍ରହୀତାମାନଙ୍କ ମଧ୍ୟରେ ବିଜୟ କୁମାର ତ୍ରିପାଠୀ, ଜୟକୃଷ୍ଣ ପ୍ରଧାନ, ଦୀପକ୍ କୁମାର ସେଠୀ, ପ୍ରଜ୍ଞା ପଟ୍ଟନାୟକଙ୍କ, ଜଗନ୍ନାଥ ସାମନ୍ତରାୟ ବୋଲି ଜଣାପଡିଛି। ଖଲ୍ଲିକୋଟ ରେ ବିନା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଚାଲିଛି କାର୍ଯ୍ୟକ୍ରମ।
Sign in
Sign in
Recover your password.
A password will be e-mailed to you.
Prev Post