ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ନୋଡ଼ାଲ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟିତ୍ରୀ ନିବେଦିତା ପାଲକ୍ (୪୪)ଙ୍କ ଅକାଳ ବିୟୋଗରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି I ସ୍ୱର୍ଗତ ପାଲକ୍ କିଛିଦିନ ହେବ ନିମୋନିଆ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ I ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ରାତ୍ର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା I ସ୍ଵର୍ଗତ ପାଲକଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ୱାମୀ ପ୍ରତିନିଧି ବର୍ଦ୍ଧନ, ଦୁଇ ସନ୍ତାନଙ୍କ ସମେତ ପରିବାର ସଦସ୍ୟ ଏବଂ ବନ୍ଧୁବର୍ଗ ଉପସ୍ଥିତ ଥିଲେ I ସ୍ୱର୍ଗତ ପାଲକ୍ ଙ୍କ ନିଜ ଗ୍ରାମ ଗଜପତି ଜିଲ୍ଲାର ଗାଇବା ଗ୍ରାମ ହୋଇଥିବା ବେଳେ ସେ ଗତ 2006 ମସିହାରୁ ବେଲଗୁଣ୍ଠା ଜି.ଟି ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରି ଆସୁଥିବା ବେଳେ ପାଖାପାଖି ତିନିବର୍ଷ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଥିଲେ I ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ଛାତ୍ରଛାତ୍ରୀଙ୍କ ଗହଣରେ ଆଦରଣୀୟା ହୋଇପାରିଥିବା ବେଳେ ଜଣେ ଉତ୍ତମ ବ୍ୟକ୍ତି ଭାବେ ସହକର୍ମୀ, ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରିୟପାତ୍ରୀ ହୋଇପାରିଥିଲେ I ତାଙ୍କର ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି I ତାଙ୍କ ବେଲଗୁଣ୍ଠା ମୃତ୍ୟୁରେ ବେଲଗୁଣ୍ଠା ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ, ଭାଗ୍ୟଲତା ପ୍ରଧାନ, ସିଆରସିସି ମନୋଜ ପଟ୍ଟନାୟକ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା,ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା, ଲୋପାମୁଦ୍ରା ରଥ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସାହୁ, ସୂର୍ଯ୍ୟନାରାୟଣ ସେଠୀଙ୍କ ସମେତ ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି I ଆଜି ନିଜ ଗ୍ରାମ ଗାଇବାରେ ସ୍ଵର୍ଗତ ପାଲକ୍ ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏହି କାର୍ଯ୍ୟରେ ବେଲଗୁଣ୍ଠାରୁ ଶିକ୍ଷକ ସୁମନ୍ତ କୁମାର ସେଠୀ, ଦିପ୍ତିରଞ୍ଜନ ପଣ୍ଡା,କେଶରୀ ନନ୍ଦନ ପ୍ରଧାନ ସତିଶ୍ ମହାରଣା ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.