ଡକ୍ଟର ସରୋଜ ନାୟକ ଇଲେକ୍ଟ୍ରୋ ହୋମିଓପାଥି ଡାକ୍ତର ଏସୋସିଏସନ ନବ ନିର୍ବାଚିତ ସଭାପତି।‌।।।

0 1

ବାରିପଦା, [ ଶାସକ ପ୍ରଶାସକ ]ମୟୂରଭଞ୍ଜ ଇଲେକ୍ଟ୍ରୋ ହୋମିଓପାଥି ଆସୋସିଏସନ ର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଡାକ୍ତର ବୁଢାନ ମୁର୍ମୁ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଆସୋସିଏସନ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏହି ନିର୍ବାଚନ ରେ ମୟୂରଭଞ୍ଜ ଜିଲ୍ଲାର ଡାକ୍ତରମାନେ ବହୁ ସଂଖ୍ୟାରେ ଯୋଗଦେଇ ଡକ୍ଟର ସରୋଜ ନାୟକଙ୍କୁ ସଭାପତି ଭାବେ ନିର୍ବାଚିତ କରିଥିବା ବେଳେ ଉପସଭାପତି ଭାବେ ଡକ୍ଟର ମନୋରଞ୍ଜନ ସେନାପତି, ସମ୍ପାଦକ ଭାବେ ଡକ୍ଟର କୂଳବଲ୍ଲଭ ପାତ୍ର, ଓ ସହସମ୍ପାଦକ ଭାବେ ଶାନ୍ତନୁ ଘୋଷ,କୋଷାଧକ୍ଷ ଭାବେ ଡକ୍ଟର ଗୋପାଳ ଚନ୍ଦ୍ର ସାହୁ ନିର୍ବାଚିତ ହୋଇଥିଲେ l ଡକ୍ଟର ବୁଢାନ ମୁର୍ମୁ ଓ ଡାକ୍ତର ଚୂଡ଼ାମଣି ପାତ୍ରଙ୍କୁ ଉପଦେଷ୍ଟା ଭାବେ ଗ୍ରହଣ କରାଯାଇଥିଲା l ଶେଷରେ ଡକ୍ଟର ବୁଢାନ ମୁର୍ମୁ ନବନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ l ଆସୋସିଏସନ ତରଫରୁ ଏକ ଦାତବ୍ୟ ଚିକିତ୍ସାଳୟ ଆସନ୍ତା ଏପ୍ରିଲ ପହିଲା ରୁ ଝାରପୋଖରିଆ ଠାରେ ଆରମ୍ଭ ହେବ ବୋଲି ସଭାପତି ଡକ୍ଟର ନାୟକ ସୂଚନା ଦେଇଛନ୍ତି l ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।

Leave A Reply

Your email address will not be published.