ମୃତ୍ୟୁ ପରେ ୮୩ବର୍ଷିୟ ବୃଦ୍ଧା ଉଷା ସା‌ହୁଙ୍କ ଚକ୍ଷୁଦାନ

0

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ପୁର୍ଣ୍ଣା ଗ୍ରାମର ୮୩ ବର୍ଷିୟ ବୃଦ୍ଧା ଉଷା ସାହୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ତାଙ୍କ ସାନପୁଅ ପଟାରି ସାହୁ କାଳ ବିଳମ୍ବ ନକରି ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ପୁଅ ପଟାରି ଜାରିଂ ସିଏଚଓ ପ୍ରଭାସିନୀ ବୁଦ୍ଧିଆଙ୍କ ସହ ମା ଙ୍କ ଦୁଇ ଚକ୍ଷୁକୁ ଦାନ କରିବାକୁ ଜଣାଇବା ପରେ,ସିଏଚଓ ଶ୍ରୀମତୀ ବୁଦ୍ଧିଆ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ସୁଶାନ୍ତ ମେହେରଙ୍କ ସହ ଯୋଗାଯୋଗ କଲାପରେ ଏଡିଏମଓ ଡ଼ା.ସୁବାଷ ଅଗ୍ରୱାଲ ବରଗଡ଼ଙ୍କ ସହ ଯୋଗାଯୋଗ କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଟେକନିସିଆନ ସୁନିଲ ସାହୁଙ୍କୁ ତୁରନ୍ତ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦୁଇ ଚକ୍ଷୁକୁ ଅସ୍ତ୍ରୋପଚାର କରି ଆଇସ ବକ୍ସ ମାଧ୍ୟମରେ ଭୁବନେଶ୍ଵରକୁ ପଠାଯାଇଛି। ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମେହେରଙ୍କ ସମେତ ଡା. ସମ୍ବିତ ବାରିକଙ୍କ ଉପସ୍ଥିତିରେ ଉଷାଙ୍କ ଦୁଇ ଚକ୍ଷୁକୁ ଅସ୍ତ୍ରୋପଚାର କରା ଯାଇଥିଲା।ଏଠାରେ ସୂଚନା ଯୋଗ୍ୟ ଯେ, ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ କରି ଏଭଳି ସ୍ୱେଚ୍ଛାକୃତ ଚକ୍ଷୁଦାନ ହୋଇଥିବାରୁ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ମେହେର ପଟାରି ସାହୁଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେସଙ୍ଗେ ଚକ୍ଷୁଦାନ ମହତ ଦାନ ଅଟେ ବୋଲି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.