ଭବାନୀପାଟଣା :ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା.୧୯.୦୩.୨୦୨୫ – ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ – ୨୦୨୫ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗରୁଡଧ୍ଵଜ ବାରିକ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ମୁଖ୍ୟ ବକ୍ତାଭାବେ ଅଧ୍ୟାପକ ସନ୍ଧ୍ୟା ଡିଗ୍ରୀ ମହାବିଦ୍ୟାଳୟ ପରମେଶ୍ଵର ମୁଣ୍ଡ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା ଏବଂ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି,ବକ୍ତା ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢିବା ସହିତ ଭଲ ମଣିଷ ହେବା ପାଇଁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ବିିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ମାନଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଶିକ୍ଷା ଶିକ୍ଷକ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଛାତ୍ର ସଂସଦର ସଭାପତି ଯଶୋବନ୍ତ ଟକ୍ରିୟା, ଉପସଭାପତି ଡିଲେଶ ରଞ୍ଜନ ମେହେର, ଛାତ୍ର ସଂସଦର ଏଡଭାଇଜର ଡ଼. ଘନଶ୍ୟାମ ସାହୁ ଅଧ୍ୟାପକ ଡଃ. ମନୋଜ କୁମାର ସାହୁ, ରବୀନ୍ଦ୍ର ଦୋରା, ମଞ୍ଜୁଷା ଦୋରା, ରାକେଶ କୁମାର ବେହେରା, ଚନ୍ଦ୍ରମଣି ଭୋଇ, ରୋହିତ କୁମାର ଦୁର୍ଗା, ହରିହର ନାଗ ଙ୍କ ସହ ମହାବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅଧ୍ୟାପକ ଚନ୍ଦ୍ରମଣି ମଞ୍ଚ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.