ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ପ୍ରସ୍ତୁତି ବୈଠକ, ମନ୍ଦିର ରାସ୍ତାରେ ଆମିଷ ବିକ୍ରୟ ନିଷେଧ

0

ଓଡ଼ଗାଁ,୧୯।୩(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ପ୍ରସିଦ୍ଧ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ଶ୍ରୀରଘୁନାଥ ଜିଉଙ୍କ ନବଦିନ ସନ୍ଧ୍ୟା ବେଶ ଶ୍ରୀରାମ ନବମୀ ଯାତ୍ରା ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଳକ ସଭାଗୃହରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ନୟାଗଡ଼ ଜିଲ୍ଲା ହସ୍ପିଟାଲ ଏଡିଏମ୍ଓଟିବି ଡ଼ା.ଶରତ କୁମାର ଦାଶ ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦିପ୍ତିକାନ୍ତ ପ୍ରଧାନ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ, ଗୋଷ୍ଠୀ ଚିକିତ୍ସାଧିକାରୀ ଡା.ନିଲାଞ୍ଜନ ଦାସ ନୟାଗଡ଼ ଜିଲ୍ଲା ଦେବୋତ୍ତର ମ୍ୟାନେଜର ତାପସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସେବକ ସୁଆର ପରିଷଦ, ପୂଜକ ପରିଷଦ ଏବଂ ଓଡ଼ଗାଁର ବିଭିନ୍ନ ସାହିର ବୁଦ୍ଧିଜୀବି ମାନଙ୍କ ସହିତ ଆଲୋଚନା କରି ମନ୍ଦିର ପ୍ରଶାସନ ତରଫରୁ ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଚଳିତ ଅପ୍ରେଲ ମାସ ୦୬ ତାରିଖ ରବିବାର ଠାରୁ ୧୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଯାତ୍ରାର ଗୁରୁବାରକୁ ଛାଡି କ୍ରମଅନୁସାରେ ୦୬ ତାରିଖରେ ଜନ୍ମନାରାୟଣ, ୦୭ରେ ତାଡ଼କାବଦ୍ଧ, ୦୮ରେ ଅହଲ୍ୟା ଉଦ୍ଧାରଣ, ୦୯ରେ ଗଙ୍ଗାପାର, ୧୧ରେ ଧନୁଭଗ୍ନ (ସୀତା ବିବାହ), ୧୨ରେ ବନବାସ, ୧୩ରେ ଚିତ୍ରକୂଟ, ୧୪ରେ ଅଷ୍ଟାବଧାନ, ୧୫ରେ ଯୁଦ୍ଧଯାତ୍ରା ଓ ୧୬ ତାରିଖରେ ଅଭିଷେକ ସନ୍ଧ୍ୟାବେଶ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟା ୬ ଠାରୁ ରାତି ୧୧ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବା ପାଇଁ ଧାର୍ଯ୍ୟ ହୋଇଥିଲା । ଏବଂ ସୀତା ବିବାହ ବେଶ ସନ୍ଧ୍ୟା ୬ ଠାରୁ ରାତି ୨ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ।ପରଦିନ ୧୭ ତାରିଖରେ ଠାକୁର ପାଣିଖେଳ କରିବେ ଅନୁଷ୍ଠିତ ହେବ । ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତଙ୍କ ପରାମର୍ଶକ୍ରମେ ହନୁମାନଛକ ଠାରୁ ରଘୁନାଥ ମନ୍ଦିର ରାସ୍ତା ପାର୍ଶ୍ୱରେ ଆମିଷ ବିକ୍ରି ନିଷେଧ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା ।

Leave A Reply

Your email address will not be published.