ବାଲୁଗାଁ:(ସେକ କୌସର):ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ନୂଆଗଡ଼ ଓଭର ବ୍ରିଜରେ ମର୍ମହୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ସ୍ଵାମୀ ଓ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି।ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସ୍କାର କୋଟିନଡ଼ା ଥାନା ବାବନପୁର ଗ୍ରାମର ଶିବରାମ ପାଢ଼ୀ (୬୨) ଏବଂ ତାଙ୍କ ପତ୍ନୀ ସୁଦେଶନା କୁମାରୀ ପାଢ଼ୀ ପୁରୀରେ ଏକ ଘର ନିର୍ମାଣ ପାଇଁ ଯାଇଥିଲେ। ସେଠାରୁ ଫେରିବା ବେଳେ ନୂଆଗଡ଼ ଓଭର ବ୍ରିଜରେ ଶିବରାମଙ୍କ କାର (ଗାଡି ନମ୍ବର ଓଡ଼ି ୦୭ ଏଜି ୪୫୪୬) ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ସିମେଣ୍ଟ ଖୁଣ୍ଟିରେ ଧକ୍କା ହୋଇଥିଲା। ଯାହାଫଳରେ ଉଭୟ ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀ ପହଞ୍ଚି ସ୍ବାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଶିବରାମ ପାଢ଼ୀଙ୍କ ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି। ବାଲୁଗାଁ ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବା ବେଳେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
Sign in
Sign in
Recover your password.
A password will be e-mailed to you.
Next Post