ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ପ୍ରତିବର୍ଷ ପରି ଚଳିତବର୍ଷ ୨୦୨୫ ଦୋଳପୂର୍ଣ୍ଣିମା ଉପଲକ୍ଷେ ସଂସ୍କୃତି ସମ୍ପର୍ଣ ଐତିହାସିକକ୍ଷେତ୍ର ଭଞ୍ଜ ଭୁମି କୁଲାଡ ଗ୍ରାମରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ଵାମୀ, ଶ୍ରୀ ନାରାୟଣ ସ୍ଵାମୀ, ଶ୍ରୀ ରଘୁନାଥ ସ୍ଵାମୀ ଓ ଶ୍ରୀ ଗୋପୀନାଥ ସ୍ଵାମୀ ଙ୍କ ମହାମିଳନ ସ୍ଵରୂପ ” ଦୋଳଯାତ୍ରା ” ଅନୁଷ୍ଠିତ ହୋଇଯାଇଛି। ଏହା ହେଉଛି ପ୍ରାୟ ତିନିଶହ ବର୍ଷରୁ ଉର୍ଦ୍ଧ ବହୁ ପୁରାତନ ଐତିହାସିକ କୁଲାଡ ଗ୍ରାମର ଦୋଳଯାତ୍ରା।
୧୭୬୦ ମସିହାରୁ ଅନୁଷ୍ଠିତ ହୋଇଆସୁଛି ଏହି ମେଳଣ ପର୍ବ। ବକୁଳ ଭୁଷଣ ଆଚାରିଆର୍ ଶ୍ରୀ ରଂଗମ୍ ତିରୁଚିର ପଲ୍ଲୀ, ଦକ୍ଷିଣ ଭାରତ ରୁ ଆସି ନାରାୟଣ ପାଟଣା ଠାରେ ପ୍ରଭୁ ଶ୍ରୀନାରାୟଣଙ୍କ ମନ୍ଦିର ସ୍ଥାପନ କରିବାଟା ରୁ ଏହି ପୂରାତନ ଯାତ୍ରା ହୋଇଆସୁଥିବା ସ୍ଥାନୀୟ ବରିଷ୍ଠ ଜନସାଧାରଣ ମାନେ ମତପ୍ରକାଶ କରିଛନ୍ତି। ବର୍ତମାନ ଏହି ଐତିହାସିକ ଯାତ୍ରା କୁଲାଡ ମନ୍ଦିର ପରିଚାଳନା କମିଟି ଓ ସଂପୂର୍ଣ୍ଣ ପ୍ରଶାସନିକ ସହଯୋଗ ରେ ଅନୁଷ୍ଠିତ ହେଉଅଛି। କାରଣ ମନ୍ଦିର ଗୁଡିକ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ରହିଛି। ଏହି ଐତିହାସିକ ଦୋଳଯାତ୍ରା ଦଶମୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ, ପାଞ୍ଚଦିନ ଧରି ପାଳନ ହେଉଛି। ଶେଷରେ ଆଜି ଅର୍ଥାତ୍ ମାର୍ଚ୍ଚ ମାସ ୧୪ ତାରିଖ ଶୁକ୍ରବାର ୨୦୨୫ ଦୋଳପୂର୍ଣ୍ଣିମା ଦୀନ ଚାରିଠାକୁର ଶ୍ରୀ ନାରାୟଣ ସ୍ଵାମୀ, ଶ୍ରୀ ଜଗନ୍ନାଥ ସ୍ଵାମୀ, ଶ୍ରୀ ଗୋପୀନାଥ ସ୍ଵାମୀ ଓ ଶ୍ରୀ ରଘୁନାଥ ସ୍ଵାମୀ ଙ୍କ ମହାମିଳନ କୁଲାଡ ଗ୍ରାମର ବଡ଼ଦାଣ୍ଡ ଠାରେ ବହୁ ଆଡମ୍ବର ସହ ହୋଇଅଛି। ଏଥି ସକାଶେ ଯାତ୍ରା ର ପୂର୍ବ ଦିନରୁ ହିଁ ପ୍ରଶାସନିକ ତତ୍ପରତା ଦେଖାଦେଇଥାଏ। ଯେପରିକି ଏହି ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଶ୍ରଦ୍ଧାଳୁ ଜନସାଧାରଣ ଙ୍କ ସୁବ୍ୟବସ୍ଥା ନିମନ୍ତେ ଆଲୋକ, ପାନୀୟ ଜଳ, ଓ ଯାତାୟାତ ସୁବିଧା। ସେଥିପାଇଁ ଚଳିତ ବର୍ଷ ପ୍ରଶାସନ ତରଫରୁ ସବୁ ସୁବ୍ୟବସ୍ଥା ହୋଇଥିଲା। ଆଜିର ଏହି ମହାନ ଐତିହାସିକ ଦୋଳଯାତ୍ରା ରେ ଉପସ୍ଥିତ ଥିଲେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ଅବିନାଶ ମହାର, ସମସ୍ତ ଆର୍ ଆଇ, ଅମିନ, ଗ୍ରାମ୍ୟ ମନ୍ଦିର କମିଟି ଅନେକ ସଦସ୍ୟ, ଥାନାଧିକାରୀ ଜୀବନାନନ୍ଦ ଜେନା ଙ୍କ ସହ ଆରକ୍ଷୀ ବାହିନୀ ଓ ଆଇ.ଆର୍.ବି ବାଟାଲିୟନ ର ଯବାନ ମାନେ ମଧ୍ୟ ଉପସ୍ଥିତ ଥିଲେ। ଆଜିର ଏହି ଦୋଳପୂର୍ଣ୍ଣିମା ଯାତ୍ରାରେ ରାଜଗୁରୁ ଶ୍ରୀ ତେଜ ନଥାନ୍ ଆୟଗାଂର୍ ପ୍ରଥମେ ଫଗୁ ପକାଇ ଚାରିଠାକୁର ଙ୍କ ମହା ମିଳନ କରାଇଥିଲେ। ପରେ ସ୍ଥାନୀୟ ବାସିନ୍ଦା ଓ ଭକ୍ତ ଶ୍ରଦ୍ଧାଳୁମାନେ ଫଗୁ ପକାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ମିଳନ ପରେ, ରାଜାଗ୍ନୀ ଅଗ୍ନି ସ୍ଥାପନ କରାଯାଇଥିଲା। ଏହି ଯାତ୍ରାରେ ମୂଖ୍ୟ ଆକର୍ଷଣ କନ୍ଧମାଳ ଅଞ୍ଚଳରୁ ହଜାର ହଜାର କନ୍ଧ ଓ କୁଇ ସଂପ୍ରଦାୟର ଭକ୍ତଙ୍କ ସମାଗମ ହୋଇଥାଏ । ଏଥିସହିତ ଏହି ଯାତ୍ରାରେ ନିଜର ପରମ୍ପରା ସଂସ୍କୃତି ଓ ଐତିହ୍ୟ ଜଡ଼ିତ ନାଟକ, ଯାତ୍ରା ଯାହାକି ଲୋକଙ୍କ ମନୋରଞ୍ଜନ ପାଇଁ ଅନୁଷ୍ଠିତ ହେବା ସହ ଯାତ୍ରାରେ ଦେଖିବାକୁ ମିଳିଥାଏ ଗୋବର ତିଆରି ବିଭିନ୍ନ ହାତତିଆରି କଣ୍ଢେଇ। ଯାହାକି ଯାତ୍ରାର ବେଶ୍ ଆକର୍ଷଣୀୟ। ସ୍ଥାନୀୟ ପ୍ରଶାସନ ଙ୍କ ତତ୍ବାବଧାନ ଓ ଗ୍ରାମବାସୀ ଙ୍କ ସହଯୋଗ ରେ ଆଜିର ଏହି ଯାତ୍ରା ଉତ୍ସବ ଖୁବ୍ ଆକର୍ଷଣୀୟ, ଆଡ଼ମ୍ବରରେ ସଂପୂର୍ଣ୍ଣ ହେଲା।
Sign in
Sign in
Recover your password.
A password will be e-mailed to you.
Prev Post