ଦୋଳ ଗୋଷ୍ଠରେ ପାଲା ଓ ଲଉଡ଼ି ଖେଳ

0 2

ଅସ୍ତରଙ୍ଗ/ ଦୁଃଶାସନ ନାୟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ପାଟଳଦା ଓ ଛୁରିଆନା ଗ୍ରାମପଞ୍ଚାୟତ ଅଧିନ ସୁନ୍ଦର୍,ବରଡିହି,ଗୁଡୁବଣାଇ,କଣ ମଣ ଗ୍ରାମକୁ ନେଇ ଗଠିତ ଗୋପାଳ ସମ୍ପ୍ରଦାୟ ମାନଙ୍କ ଦୋଳ ପୂର୍ଣ୍ଣିମା ତିଥିରେ ଶୁକ୍ରବାର ଦିନ ହୋଇଥିବା ଗୋଷ୍ଠ ରେ ଯଥା ବିଧି ପୂଜା ଅର୍ଚ୍ଚନା,ଲଉଡ଼ି ଖେଳ,ପାଲା ଆଦି ଅନୁଷ୍ଠିତ ହୋଇ ଜାଇ ଅଛି। ପ୍ରମ୍ଭରେ,ଗୋପାଳ ସମ୍ପ୍ରଦାୟ ମାନଙ୍କ ସଜ ବିରାଜ ମାନ ପରେ ପୂଜା ଅର୍ଚ୍ଚନା କରାଯାଇ ଗୋଷ୍ଠକୁ ଆସିଥିବା ଗୋ ମାତା ମାନଙ୍କୁ ପଇଡ଼ ପାଣି ମିଶ୍ରିତ ଅବିର ଜଳ ସିଞ୍ଚନ କରା ଯାଇଥିଲା।
ବିଧି ବ୍ୟବସ୍ଥା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ ପରେ,ପ୍ରସାଦ ସେବନ କରାଯାଇ ଥିଲା । ଏହି ସବୁ କାର୍ଯ୍ୟକୁ ବିଷ୍ଣୁ ଚରଣ ଦାସ, ବ୍ରହ୍ମାନନ୍ଦ ଦାସ, ମୋହନ ବେହେରା, ରାଜକିଶୋର ପରିଡ଼ା, କ୍ଷେତ୍ରମୋହନ ପରିଡ଼ାଙ୍କ ସମେତ ବରଡିହି, ଗୁଡୁବଣାଇ ଗ୍ରାମର ଗୋପାଳ ଭାଇ ମାନେ ସମାପନ କରିଥିଲେ ।

Leave A Reply

Your email address will not be published.