ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ବେଲଗୁଣ୍ଠା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ବରିଷ୍ଠ କିରାଣୀକୁ ଧରିଲା ଭିଜିଲାନ୍ସ ; ଦୁଇଟି ଟିମ୍ ର ଚଢ଼ାଉ ଜାରି

0 2

ବ୍ରହ୍ମପୁର-:,13/03, ଆଜି ବେଲଗୁଣ୍ଠା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶ୍ରୀକାନ୍ତ ଡାକୁଆ ଆଜି ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ସମ୍ପର୍କରେ ଭିଜିଲାନ୍ସ ଟିମ୍ ଖବର ପାଇ ଦୁଇଟି ଟିମ୍ ସନ୍ଧ୍ୟା ସମୟରେ ବୁଗୁଡ଼ା ବ୍ଲକ ମୋଟାବାଡ଼ି ନିକଟରେ କିରାଣୀ ଶ୍ରୀ ଡାକୁଆଙ୍କୁ ଦୁଇ ପଟୁ ଅଟକାଇଥିଲେ I କିରାଣୀଙ୍କ ଟାଟା ନେକ୍ସନ କାର ଗାଡ଼ିରୁ ଏକ ଲକ୍ଷ ଟଙ୍କା ଛୟାଅଶି ହଜାର ଟଙ୍କା ଜବତ ହୋଇଥିଲା I ଏହାପରେ ଗୋଟିଏ ଟିମ୍ ବୁଗୁଡ଼ାରେ ଥିବା ସରକାରୀ କାର୍ଟର୍ ରେ ଚଢାଉ କରିଥିବାବେଳେ ଅନ୍ୟ ଏକ ଟିମ୍ ଶ୍ରୀକାନ୍ତଙ୍ କୁ ନେଇ ତାଙ୍କର ବେଲଗୁଣ୍ଠା ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରିଥିଲେ I ରାତି ଏଗାରଟା ପର୍ଯ୍ୟନ୍ତ ଚଢାଉ କରି ବିଭିନ୍ନ କାଗଜପତ୍ର ଏବଂ ଟଙ୍କା ନେଣଦେଣ ଉପରେ ପ୍ରଶ୍ନ ପଚାରି ତାଙ୍କୁ ପଶ୍ନ ବାଣରେ ଘାଇଲା କରିଥିଲେ I ପ୍ରକାଶ ଥାଉକି ଶ୍ରୀକାନ୍ତ ବୁଗୁଡ଼ାରେ ଥିବା ସମୟରେ ତାଙ୍କ ନାମରେ ବିଭିନ୍ନ ସମୟରେ ଭିଜିଲାନସ ନିକଟରେ ଅଭିଯୋଗ ହେବାପରେ ଶ୍ରୀକାନ୍ତ ବିଜିଲାନ୍ସ ସ୍କାନରରେ ଥିଲେ l ବୁଗୁଡାରୁ ଏକ ମାସ ତଳେ ବେଲଗୁଣ୍ଠା କୁ ବଦଳି କରିଥିଲl ପ୍ରଶାସନ ଏବଂ ବେଲଗୁଣ୍ଠା ରେ କାର୍ଯ୍ୟରତ କିରାଣୀ ଅମର ପାତ୍ରଙ୍କୁ ବୁଗୁଡ଼ା କୂ ବଦଳି କରିଥିଲେ I ଶ୍ରୀକାନ୍ତଙ୍କ ଭାଇ ମଧ୍ୟ ବୁଗୁଡ଼ା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଜଣେ ଚତୂର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ବେଳେ ତାଙ୍କୁ ମିଳିଥିବା କ୍ୱାର୍ଟରରେ ଶ୍ରୀକାନ୍ତ ରହି ବେଲଗୁଣ୍ଠା ଯିବା ଆସିବା କରୁଥିଲେ I ଆଜି ଶ୍ରୀକାନ୍ତଙ୍କୁ ଭିଜିଲାନ୍ସ ଟିମ୍ ସାଥିରେ ନେଇଯାଇଥିବା ବେଳେ ଏଦିଗରେ ଭିଜିଲାନ୍ସ ତରଫରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି I ବ୍ରହ୍ମପୁର ଦୁର୍ନିତୀ ନିବାରଣ ବିଭାଗର ବରିଷ୍ଠ ଇନ୍ସପେକ୍ଟର ସୌମ୍ୟରଞ୍ଜନ ପଣ୍ଡାଙ୍କ ନେତୃତ୍ଵରେ ଚଢ଼ାଉ ହୋଇଥିଲା l

Leave A Reply

Your email address will not be published.