ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳ ଉତ୍ସବ ଆଜି (ଗୁରୁବାର) ଚତୁର୍ଥ ସନ୍ଧ୍ୟାରେ ରାମ ସ୍ବାମୀ ମନ୍ଦିରରୁ ପ୍ରଭୁ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ ବସି ନଗର ପରିକ୍ରମା କରି ଦୋଳବନ୍ଧ ନିକଟ ଦୋଳମଣ୍ଡପକୁ ବିଜେ କରିଥିଲେ।
ଚତୁର୍ଥ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରାତ୍ରିରେ ମାଁ ମାଣିକେଶ୍ବରୀ ଓ ରାମଲିଙ୍ଗେଶ୍ବର ମନ୍ଦିରରୁ ମହାଦେବଙ୍କୁ ବିରାଟ ପଟୁଆରରେ , ଘଣ୍ଟ , ତାଳ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ , ବାଜା ବଜାଇ ମେଲଣ ପଡିଆ ନିକଟକୁ ଅଣାଯାଇ ହରିହର ଭେଟ କରାଯାଇଥିଲା। ପରେ ମଘାପୋଡି (କାମଦହନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଜ ଜମିଥିଲା। ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଚତୁର୍ଥ ସନ୍ଧ୍ୟାରେ ରାଜେନ୍ଦ୍ର ରଥଙ୍କ ସଂଯୋଜନା ଓ ସ୍ନିଗ୍ଧା ମିଶ୍ରଙ୍କ ପରିଚାଳନାରେ ସ୍ଥାନୀୟ ସଙ୍ଗୀତ ସୁରଭି ଅନୁଷ୍ଠାନ ପକ୍ଷରୁ ଭକ୍ତି ସଂଗୀତ ପରିବେଷଣ କରୁଥିବା ବେଳେ ମିରାକେଲ ଡେନ୍ସ ଷ୍ଟୁଡ଼ିଓ , ଚାରୁ ନର୍ତ୍ତନ ଡ୍ୟାନ୍ସ ର କଳା ମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ପରିବେଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.