ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ହାରାଧନ ବେରିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁରି ମୂଳରେ ଶିକ୍ଷା ବୋଲି ମତବ୍ୟକ୍ତ କରିବା ସହ ଭଲ ଭାବେ ପାଠ ପଢିବା କୁ ଛାତ୍ରଛାତ୍ରୀ ଙ୍କୁ ଶପଥ ପାଠ କରାଇଥିଲେ l ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଟିକେଲାଲ ରଣା ଯୋଗଦେଇ ସମ୍ମିଳିତ ଉଦ୍ୟମ ଦ୍ୱାରା ଛାତ୍ରଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l ସିଆରସିସି ନରେନ୍ଦ୍ରକୁମାର ପୁରୋହିତ,ଅବିଭାବକ ବିବେକାନନ୍ଦ ପୁଟେଲ, ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନକରି ଉତ୍ସାହିତ କରିଥିଲେ l ଛାତ୍ରୀମାନେ ସ୍ୱାଗତ ନୃତ୍ୟ ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ l ଶିକ୍ଷକ ବିକାଶ ଭରାସାଗର ସଭାପରିଚାଳନା କରିଥିବାବେଳେ ଶିକ୍ଷକ ଦିବାକର ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷକ ସଞ୍ଜୟ ଭୋଇ, ପ୍ରଶାନ୍ତଜ୍ୟୋତି ପ୍ରଧାନ,ଗୋବିନ୍ଦ ସାହୁ, ଦିନେଶ ନାଏକ,ସମସ୍ତ ଛାତ୍ରଛାତ୍ରୀ,ପୁରାତନ ଛାତ୍ରଛାତ୍ରୀ,ଏସଏମସି ସଭ୍ୟସଭ୍ୟା ଓ ଅବିଭାବକ ସହଯୋଗ କରିଥିଲେ l ଶିକ୍ଷୟିତ୍ରୀ ମାନସୀ ନାଗ, ଲଳିତା ଭୁଏ ଓ ବର୍ଷାରାଣୀ ମଲ୍ଲିକ ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହିଥିଲା l
Sign in
Sign in
Recover your password.
A password will be e-mailed to you.
Next Post