ମାଣିକଚଉଁରା ଓ ଅଇଲପୁର ସ୍କୁଲର ବାର୍ଷିକୋତ୍ସବ

0 2

 ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଵ୍ଲକ ମାଣିକଚଉଁରା  ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷ୍ୟେ ସ୍କୁଲ ପରିସରରେ ରହିଥିବା ଗ୍ରମର ସମସ୍ତ ମହିଳା ପୁରୁଷ ସମଵେତ ହୋଇ ଏକତ୍ର ଭୋଜନ କରିବା ପରିଵେଶ ଖୁଵ ଭାବପୂର୍ଣ୍ଣ ହୋଇଥିଲା। ବିଦ୍ୟାଳୟ ପ୍ରତିଷ୍ଠା ସମୟର ପ୍ରଥମ ଶିକ୍ଷକ ସନ୍ତୋଷ ପଧାନଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ ମୁଖ୍ୟ ଅତିଥି, ସମିତି ସଭ୍ୟ ଜୟକୃଷ୍ଣ ଡନସନା, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ସାହୁ,, ସ୍କୁଲ ପ୍ରାକ୍ତନ ଶିକ୍ଷକ କୈଳାସ ରାଜହଂସ, ସୁମନ୍ତ ଗଡତୀୟା, ବରିଷ୍ଠ ନାଗରିକ ନୂପ ସାହୁ, ସ୍କୁଲ ଚେୟାରମେନ ରାମଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନୀୟ ଅତିଥି,ଜାରିଂ ସିଆରସିସି ରାଜେଶ୍ଵର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ଟ୍ରଫି ଓ ପ୍ରଶଂସାପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସ୍କୁଲର ପ୍ରଧାନଶିକ୍ଷକ ଭୋଜରାଜ ଦୀପ ବିବରଣୀ ପଠନ କରିଥିଲେ।ଜାରିଂ ସ୍କୁଲର ପ୍ରଧାନଶିକ୍ଷକ ଭାଦ୍ରବ ପାଣ୍ଡେ ସଭାକୁ ସଂଯୋଜନା କରିଥିଲେ। ବିଦ୍ୟାଳୟର ଛାତ୍ରୀଗଣ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ସହକାରୀ ଶିକ୍ଷକ ଜୟନ୍ତ ଵିଶି ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଛାତ୍ରୀ ଝରଣା ସାହୁ ଓ ପପି ସାହୁଙ୍କ ସଂଯୋଜନାରେ ଜାରିଂ ତଥା ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନିରଞ୍ଜନ ସାହୁ,ଵିଜୁ ସାହୁ,କବି ସାହୁ,ତପନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ସେହିପରି ଵଡଵାଉଁଶେନ କ୍ଲଷ୍ଟରର ଅଇଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଚେୟାରମେନ ଯୌତୁକ ଜାଲଙ୍କ ଅଧ୍ୟକ୍ଷତାରେ ଡକ୍ଟର ବିବେକାନନ୍ଦ ପଧାନ ମୁଖ୍ୟ ଅତିଥି,ପରିତୋଷ ସାହୁ ମୁଖ୍ୟବକ୍ତା, ସିଆରସିସି ଦୁର୍ବାଦଳ ବଡଗୋଛିଆ, ସୀତାରାମ ଦୀପ,ରାଜେଶ୍ବର ବେହେରା, ତ୍ରିନାଥ ସେଠ , ଅବସରପ୍ରାପ୍ତ ଶିକ୍ଷକ ୟାକଵ ନନ୍ଦ , ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ଵରିହା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ। ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ରଣା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଶିକ୍ଷକ ପ୍ରେମରାଜ ପଧାନ ସଭାକୁ ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ରାଧାକାନ୍ତ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଛାତ୍ରୀ ଛାତ୍ରମାନଙ୍କ ଦ୍ଵାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Leave A Reply

Your email address will not be published.