କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଜଙ୍ଗଲରେ ନିଆଁ ଲାଗିଲେ କେତେ ମୂଲ୍ୟବାନ ଗଛ ନଷ୍ଟ ହେଇଯାଉଛି।ଲୋକମାନେ ପଡୁଚାକ୍ଷ ପାଇଁ ଜଙ୍ଗଲ କାଟି ନିଆଁ ଲଗାଇ ଦେବା ଫୋଳରେ ସାରା ଜଙ୍ଗଲ ପୋଡି ଯାଉଛି।ଯାଦ୍ବାରା ପରିବେଶ ସନ୍ତୁଳନ ଘୋଟି ଜଳବାୟୁ ପରିବର୍ତ୍ତନ ଘଟୁଛି।ସ୍ବଳ୍ପବର୍ଷା ଅତ୍ୟାଧିକ ଗରମ ଅନୁଭୂତି ହୋଉଛି।ଜଙ୍ଗଲ ସୂରକ୍ଷା ପାଇଁ ବନବିଭାଗ ପ୍ରତିବର୍ଷ କେତେ କୋଣ ଯୋଜନା କରୁଥିବା ବେଳେ ଲୋକମାନେ ତାହାକୁ ବୁଝିପାରୁନାହାନ୍ତି ଜଙ୍ଗଲନଷ୍ଟ କରିଦେଉଛନ୍ତି।ଟିକିରି ରେଞ୍ଜ ବନାଞ୍ଚଳ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀ ଙ୍କ ଅଦକ୍ଷତାରେ ଏକ ପଥପ୍ରାନ୍ତ ନାଟକ ଦୋଳ ବିଭିନ୍ନ ଗ୍ରାମକୁଯାଇ ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ନାଟକ ପରିବେଷଣ କରିଥିଲେ ।ପାଟନର ଏନଜିଓ ମୁଖ୍ୟ ଦେବନ୍ଦ୍ର ଏରସଡା ସହ ୨ଡିଓ ହେମନ୍ତ କୁମାର ରଥ ଓ ସୁରେନ୍ଦ୍ର କୁଲେସିକା ପରିଚାଳନା କରିଥିଲେ ।ଶଙ୍କରଡା ବନପାଳ ଦିପ୍ତି ବର୍ଧନ , ଲେଲିଗୁମା ବନପାଳ ଏରକେନା ସବର,ବନରକ୍ଷୀ ସେର ସିଂ ସବର ଓ ପାରାସ୍କ୍ବାଡ କର୍ମଚାରୀ ଉପସ୍ତିତ ରହିଥିଲେ। ଶଙ୍କରଡାହାଟ,ପଣଷପଦର,
ବରିଗୁମା,ସିର୍ଲିଜଡି,ଭାଲୁମସ୍କା,ବାହାର ଦୁଲକି ଗ୍ରାମରେ ଏହି ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଟିକିରି ଅଞ୍ଚଳର ମା ଭୈରବୀ ନାଟ୍ୟକଳା ସଂଘ ର କଳାକାର ମାନେ ନାଟ୍ୟ ପରିବେଷଣ କରିଥିଲେ ।ଆଗକୁ ଅଧିକରୁ ଅଧିକ ଗାଁ କୁ ଯାଇ ସଚେତନତା କରାଯିବ ବୋଲି ଟିକିରି ବନାଞ୍ଚଳଅଧିକାରୀ ଅନିଲ କୁମାର ପାଣିଗ୍ରାହୀ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.