ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ”ଅନ୍ତର୍ଜାତୀୟ ମହିଳା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ କଲିକତା ସ୍ଥିତ ଭିଜିଲାନ୍ସ ମହାନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶିକା ଡ଼ଃ ଅନୁରାଧା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ନୂଆଦିଲ୍ଲୀ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ରିସର୍ଚ୍ଚ ଆଣ୍ଡ ଏଡ଼ିଟର ବିଶ୍ଵବିଦ୍ୟାଳୟର ମୂଖ୍ୟ ଡ଼ଃ ସିସ୍ତଳା ରମାଦେବୀ ପାଣି ଯୋଗଦେଇ ବର୍ତମାନ ସମାଜରେ ମହିଳା ମାନଙ୍କର ଗୁରୁତ୍ଵ ବର୍ଣ୍ଣନା କରିବା ସହ ଆଗାମୀ ଭବିଷ୍ୟତରେ ପ୍ରତ୍ୟେକ କ୍ଷେତ୍ର ନିଜର ଯୋଗ୍ୟତା ଅର୍ଜନ କରିବା ସହ ଆଗକୁ ବଢିବା ପାଇଁ ଆହ୍ବାନ ଦେଇଥିଲେ।ବିଶ୍ବବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ମହିଳା ମାନଙ୍କ ବିଭିନ୍ନ କ୍ଷେତ୍ରରେ ପାରିଦର୍ଷିତା ଓ ସେମାନଙ୍କ ଦାୟିତ୍ୱବୋଧକୁ ଭୂୟସୀ ପ୍ରଶଂସା କରିଥିଲେ।ବିଶ୍ବବିଦ୍ୟାଳୟର କୁଳାଧିପତି ଡ଼ଃ ଏଲ୍ ଏମ୍ ପଟ୍ଟନାୟକ ଯୋଗଦେଇ ମହିଳା ସଶକ୍ତି କରଣ ବିଷୟରେ କହିଥିଲେ। ବିଶ୍ବବିଦ୍ୟାଳୟର କୁଳପତି ଡଃ ଏ ଭି ଏନ୍ ଏଲ୍ ଶର୍ମା ଯୋଗ ଦେଇ ବର୍ତମାନ ସମାଜରେ ମହିଳା ମାନଙ୍କ ଗୁରୁତ୍ଵ ବିଷୟରେ କହିବା ସହ ସଫଳତା ମହିଳାମାନଙ୍କ ବିଷୟରେ ବୋଲି କହିଥିଲେ।ଏହି ଅବସରରେ ବିଶ୍ବବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡାଙ୍କ ଦ୍ବାରା ମୂଖ୍ୟ ଅତିଥିଙ୍କୁ ସମ୍ମାନୀତ କରାଯାଇଥିଲା।ଵିଶ୍ଵବିଦ୍ୟାଳୟର ସମସ୍ତ ବିଭାଗ ଓ ଗବେଷଣାରତ ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପୋଷ୍ଟର ଉପସ୍ଥାପନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତିଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଵିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ,ଅଧ୍ୟାପିକା,ଛାତ୍ରଛାତ୍ରୀ,ଗବେଷଣାରତ ଛାତ୍ରୀବୃନ୍ଦ ଯୋଗ ଦେଇଥିଲେ। ବିଶ୍ଵବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଆବାହିକା ଡ଼ଃ ପ୍ରତିଭା କରଙ୍କ ଦ୍ବାରା ସ୍ବାଗତ ଭାଷଣ ପରିବେଷଣ କରିଥିବା ବେଳେ ସହ ଆବାହିକା ଅଧ୍ୟାପିକା ସୁମନ ମିଶ୍ର ଧନ୍ୟବାଦ ଅର୍ପଣ କରିଥଲେ। ଛାତ୍ରୀ ଭବାନୀ ସାହୁ ଓ ପନ୍ୟୁତା ରଥଙ୍କ ଦ୍ଵାରା ମଞ୍ଚ ପରିଚାଳନା କରାଯାଇଥିବା ବେଳେ କାର୍ଯ୍ୟକ୍ରମ ପରିଶେଷରେ ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।