“ପ୍ରଗତି” ମହିଳା ସଂଗଠନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

3

https://youtu.be/Nu-nN5WQZ5A

 ସମ୍ବର୍ଦ୍ଧିତ ହେଲେ ଇତିଶ୍ରୀ ମହାପାତ୍ର , କଳ୍ପନା ପଟ୍ଟନାୟକ , ମାନସୀ ପଣ୍ଡା , ସ୍ନେହଲତା ପାଣିଗ୍ରାହୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ.ଟେକ୍.ଏଡୁକେସନ୍ ସେଣ୍ଟର୍ ଠାରେ ପ୍ରଗତି ଅନୁଷ୍ଠାନ ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ “ପ୍ରଗତି” ମହିଳା ସଂଗଠନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି।
ପ୍ରଗତିର ସଭାନେତ୍ରୀ କଳ୍ପନା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସମ୍ପାଦିକା ତନୁଜା ଶତପଥୀ କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ଓ ମହିଳା ମାନଙ୍କ ଅଧିକାର ସମ୍ପର୍କରେ କହିଥିଲେ।
ମୁଖ୍ୟ ଅତିଥି ଭାବେ ପାରଳଖେମୁଣ୍ଡି ଉପକାରାଗାରର ଅଧ୍ୟକ୍ଷ କାମାକ୍ଷୀ ପ୍ରସାଦ ପତି , ମୁଖ୍ୟବକ୍ତା ଭାବେ ଇତିଶ୍ରୀ ମହାପାତ୍ର , ସମ୍ମାନିତ ଅତିଥି ଭାବେ ହରିମୋହନ ପଟ୍ଟନାୟକ , ସଂଯୋଜକ ଭାବେ ଲୋକନାଥ ମିଶ୍ର ଯୋଗ ଦେଇ ନାରୀ ସଶକ୍ତି କରଣ ପାଇଁ ଜନସାଧାରଣଙ୍କ ଭୂମିକା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।
ଏହି ଅବସରରେ ବହୁମୁଖି ପ୍ରତିଭାଧାରୀଙ୍କୁ “ପ୍ରଗତି” ପ୍ରତିଭା ସମ୍ମାନରେ ଇତିଶ୍ରୀ ମହାପାତ୍ର , କଳ୍ପନା ପଟ୍ଟନାୟକ , ମାନସୀ ପଣ୍ଡା , ସ୍ନେହଲତା ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମେମଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଝୋଟି , ଚିତ୍ରାଙ୍କନ , ପୂଚି , ଦୌଡ଼ିଡ଼ିଆ , ଅଳତା ପରିଧାନ , ମେହେନ୍ଦି , ହୁଳହୁଳି , ନୃତ୍ୟ , ଚୁଡି ସଜ୍ଜା ପ୍ରତିଯୋଗିତାର ବିଜୟିନୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
ଶୁଭଶ୍ରୀ ଭୁକ୍ତା ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ପାୟାଲ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସ୍ନେହା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ୟ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମସ୍ତ କାର୍ଯ୍ୟକ୍ରମ କୁ ସନ୍ତୋଷିନୀ ଶବର , ମୁରଲୀ ପରିଛା , ଶରତ ପ୍ରଧାନ , ତ୍ରିପତି ପଣ୍ଡା , ପାୟାଲ୍ ପାତ୍ର ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.