ISRD “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ଓ PCI ଇଣ୍ଡିଆ ମିଳିତ ଆନୁକୁଲ୍ଯରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ISRD “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର , ଗଜପତି ଓ PCI ଇଣ୍ଡିଆ ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଏହି କାର୍ଯକ୍ରମର ପ୍ରାରମ୍ଭରେ “ସଖୀ” ୱାନ୍ ଷ୍ଟପ୍ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅତିଥିମାନଙ୍କୁ ସ୍ଵାଗତ ଜଣାଇଥିଲେ। District Coordinator cum Counsellor OLM (swayam Project ) ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ଏହି ଦିବସର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ଏବଂ ମହିଳା ସଶକ୍ତି କରଣ ବିଷୟରେ ଆଲୋକପାତ କରାଇଥିଲେ। ସମ୍ମାନୀତ ଅତିଥି ଭାବେ ପୌର ପରିଷଦର ଅଧ୍ୟାକ୍ଷା ଶ୍ରୀମତୀ ନିର୍ମଳା ସେଠୀ , କିଶୋରୀ ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ମମତା ଶତପଥି , ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଓଡିଶା ଜୀବିକା ମିଶନ ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଟିମନ ବାରା ଆଦି ଉପସ୍ଥିତ ରହି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହେଉଥିବା ଆନ୍ତର୍ଜାତୀୟ ମହିଳା ଦିବସ , ମହିଳାମାନଙ୍କ ସଫଳତାକୁ ପାଳନ କରେ ଏବଂ ଲିଙ୍ଗଗତ ସମାନତାର ସମର୍ଥନ କରେ। ୨୦୨୫ ଥିମ୍ , “ସମସ୍ତ ମହିଳା ଏବଂ ବାଳିକାମାନଙ୍କ ପାଇଁ ଅଧିକାର। ସମାନତା। ସଶକ୍ତିକରଣ , ସମସ୍ତ ମହିଳା ଏବଂ ବାଳିକାମାନଙ୍କ ପାଇଁ ସମାନ ସୁଯୋଗ , ଅଧିକାର ଏବଂ ଶକ୍ତି ସୁନିଶ୍ଚିତ କରିବାର ଗୁରୁତ୍ୱକୁ ଉଜ୍ଜ୍ୱଳ କରିବା ବିଷୟରେ ଆଲୋକପାତ କରିବା ସହ ଏହି ଦିବସର ଲକ୍ଷ , ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରାଇବା ସହ ଏହି ଦିବସର ବାର୍ତା Accelerate Action କାର୍ଯ୍ୟ କ୍ଷେତ୍ର ତୀବ୍ରତା ବିଷୟରେ ଆଲୋକପାତ କରାଇଥିଲେ।
ଜିଲ୍ଲା ରେ ନିଜର କର୍ମକ୍ଷେତ୍ରରେ ମହିଳା ମାନଙ୍କ ଅଧିକାର ପାଇଁ ଉଲ୍ଲେଖନୀୟ ଅବଦାନ ରହିଥିବା ମହିଳା ମାନଙ୍କୁ Gender Champion ଭାବରେ ସମ୍ମାନିତ କରାଯାଇଥିଲା। ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ମଞ୍ଚ ପରିଚାଳନା।
ଏହି ଦିବସ ପାଳନ ଅବସରରେ ମହିଳା ମାନଙ୍କୁ ସଶକ୍ତ ଓ ସଚେତନ ଓ ଉତ୍ସାହିତ କରିବା ପାଇଁ ଉତ୍କଳ ବାଳାଶ୍ରମର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା। ସୁପେରଭାଇଜର , ଅଙ୍ଗନବାଡି କର୍ମୀ , ଏସ୍ ଏଚ୍ ଜି ମହିଳା , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , ଶକ୍ତିସଦାନର କର୍ମକର୍ତା , child Helpline ର କର୍ମଚାରୀ , DCPU unit ର କର୍ମଚାରୀ , Actionaid ର District Coordinator ପ୍ରମୁଖ ଏହି କାର୍ଯକ୍ରମରେ ଯୋଗ ଦେବାସହ ପରିଚାଳନା କରିବାରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ISRD ୱାନ୍ ଷ୍ଟପ୍ କେନ୍ଦ୍ରର ମୋହିନୀ ପ୍ରଧାନ , ମଧୁସ୍ମିତା ପାଢୀ , ନାଗେଶ୍ଵର ଚୌଧୁରୀ , ମୋନାଲିସା ବେହେରା , ଟି ସୁରେଶ କୁମାର , ଏନ୍ ଉଷା , ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ପରିଶେଷରେ ISRD ସଖୀ ୱାନ୍ ଷ୍ଟପ୍ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ।

Leave A Reply

Your email address will not be published.