ରାୟଗଡ଼ା ଜିଲ୍ଲା କଂଗ୍ରେସର ବ୍ଲକ୍ ଓ ଟାଉନ୍ କମିଟି ଘୋଷଣା

62

ଗୁଣୁପୁର ନଗର କଂଗ୍ରେସ ସଭାପତି ହେଲେ ରାଧାକୃଷ୍ଣ ପ୍ରଧାନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବ୍ଲକ୍, ଟାଉନ୍ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ କମିଟି ଘୋଷଣା କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏହି କମିଟିଗୁଡ଼ିକର ପଦାଧିକାରୀଙ୍କ ତାଲିକାକୁ ଅନୁମୋଦନ ମିଳିଛି। ଏଥିରେ ଗୁଣୁପୁର ନଗର କଂଗ୍ରେସ ସଭାପତି ଭାବେ ରାଧାକୃଷ୍ଣ ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି।

ଏ ସଂକ୍ରାନ୍ତରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଂଗଠନ ଉପସଭାପତି ସନ୍ତୋଷ ସିଂ ସାଲୁଜା ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅପ୍ପଲା ସ୍ୱାମୀ କାଡ୍ରାକାଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ନୂତନ କମିଟି ଗଠନ ଦ୍ୱାରା ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସକ୍ରିୟ କରିବା ସହ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି।

ଗୁଣୁପୁର ନଗର କମିଟିର ଉପଦେଷ୍ଟା ଭାବେ ଉମାଚରଣ ପଟ୍ଟନାୟକ, ହରିହର ତ୍ରିପାଠୀ, ଘାସି ବାଉରୀ, ଦୀପକ କୁମାର ବେହେରା ଓ ତରଣୀ ଶତପଥୀଙ୍କ ନାମ ରହିଛି। ଯୁବ କଂଗ୍ରେସ ସଭାପତି ଭାବେ ବାଳିଆ ମହାନ୍ତି ଏବଂ ଯୁବ କାର୍ଯ୍ୟକାରୀ ସଭାପତି ଭାବେ ଦୁର୍ଗା ପ୍ରସାଦ ମିଶ୍ର ଦାୟିତ୍ୱ ପାଇଛନ୍ତି।

ଉପସଭାପତି ଭାବେ ମୁରଲୀଧର ମହାପାତ୍ର, ସୁମନ ପାଢ଼ୀ, ସୂର୍ଯ୍ୟ ରାଓ, ଶିବ ପ୍ରସାଦ ଗୌଡ଼ ଓ ସୁନୀଲ ପାନିଗ୍ରାହୀଙ୍କୁ ମନୋନୀତ କରାଯାଇଛି। ସାଧାରଣ ସମ୍ପାଦକ ଭାବେ ହାଡ଼ିଆ ଶବର, କେଶବ ମହାନ୍ତି, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଜୟଦେବ ରଥ ଓ ଜଟିରମୟ ମହାଙ୍କୁଡ଼ ଦାୟିତ୍ୱ ପାଇଛନ୍ତି। ସେହିପରି ସମ୍ପାଦକ ଭାବେ କାହ୍ନୁ ରାଙ୍ଗୁଲି, ଅଞ୍ଜନ ପାନିଗ୍ରାହୀ, ସରୋଜ କୁମାର ମିଶ୍ର, ସୁନୀଲ କୁମାର ପାତ୍ର ଓ ବିପିନ ଜେନା ରହିଛନ୍ତି। ଯୁଗ୍ମ ସମ୍ପାଦକ ଭାବେ ବାଣୋ ଶବର, ରାମବାବୁ ଶବର, ପ୍ରତାପ ଶବର, ସନ୍ତୋଷ ନିମାଲା ଓ ଶ୍ରୀନୁ ଶବରଙ୍କୁ ଦାୟିତ୍ୱ ଦିଆଯାଇଛି। ଶିବ ପ୍ରସାଦ ପ୍ରଧାନ କୋଷାଧ୍ୟକ୍ଷ ଏବଂ ଦେବେନ୍ଦ୍ର ସାହୁ (ଭାଲୁ) ସୋସିଆଲ ମିଡିଆ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି।

ଅନ୍ୟପକ୍ଷରେ ଗୁଣୁପୁର ବ୍ଲକ୍‌ର ୧୯ଟି ଗ୍ରାମ ପଞ୍ଚାୟତ ପାଇଁ ମଧ୍ୟ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଏଥିସହ ଗୁଡ଼ାରୀ ଏନ୍‌ଏସି ଓ ବ୍ଲକ୍‌, ରାମନାଗୁଡ଼ା ବ୍ଲକ୍‌ ଏବଂ ପଦ୍ମପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତ ଓ ୱାର୍ଡ ସ୍ତରରେ ମଧ୍ୟ କମିଟି ଗଠନ କରାଯାଇଛି।

ନୂତନ କମିଟିଗୁଡ଼ିକ ମାଧ୍ୟମରେ ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା, କର୍ମୀଙ୍କୁ ସଂଗଠିତ କରିବା ଏବଂ ଜନସାଧାରଣଙ୍କ ସହ ସମ୍ପର୍କ ମଜବୁତ କରିବା ଉପରେ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

Leave A Reply

Your email address will not be published.