ଓଡ଼ଗାଁ,୮।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତାଲୁକ୍ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ପ୍ରାଧିକରଣ ସଚିବ ତଥା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଓକିଲ ସଂଘ ସଭା ଗୃହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଓଡ଼ଗାଁ ଦେୱାନି (ବରିଷ୍ଠ) ଅଦାଲତ ବିଚାର ପତି ଜନ୍ମେଜୟ ଦାସ, ଦେଓ୍ବାନି (କନିଷ୍ଠ) ବିଚାରପତି ହର ମୋହନ ଦାଶ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୌମ୍ୟାଶ୍ରୀ ମହାପାତ୍ର, ଓକିଲ ସଂଘ ସଭାପତି ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ, ସରକାରୀ ଓକିଲ ଇନ୍ଦୁ ଭୂଷଣ ମିଶ୍ରଙ୍କ ସହିତ ପୂର୍ଣ୍ଣଚନ୍ଦ୍ର ସାହୁ, ଆଇନଜିବୀ ଅମରେନ୍ଦ୍ର ସ୍ବାଇଁ, ଚିରଞ୍ଜିବୀ ଦାଶ, ସୁବାଷ ପାତ୍ର, ଚିତ୍ତ ରଞ୍ଜନ ଦାଶ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରାୟ ୬୦ ଜଣ ମାଆ ମାନେ ଏବଂ ପାରା ଲିଗାଲ ସେଲର ସଭ୍ୟ ମାନେ ଯୋଗ ଦେଇଥିଲେ ।
ମହିଳା ମାନଙ୍କ ପ୍ରତି ନିର୍ଯ୍ୟାତନା, ଘରୋଇ ହିଂସା ଓ ପିଡିତାଙ୍କ ପ୍ରତି ଆଇନଗତ ଦିଗ ଓ ଆର୍ଥିକ ସହାୟତା ସଂପର୍କରେ ଅବଗତ କରିଥିଲେ । ଉକ୍ତ ସଭାକୁ ଓଡ଼ଗାଁ ଆଇନ ସେବା ପ୍ରାଧିକରଣ ସଂଯୋଜିକା ଶ୍ରଦ୍ଧାଞ୍ଜଳୀ ରଥ ସଂଯୋଜନା କରିଥିଲେ। ଏହି ଅବସରରେ ଚଳିତବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଓଡ଼ଗାଁ ଦେଓ୍ବାନି ଅଦାଲତ ପରିସର ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଅନେକ ମୋକଦ୍ଧମା ଆପୋଷ ବୁଝାମଣା ରେ ସମାଧାନ କରାଯାଇଅଛି ।
Sign in
Sign in
Recover your password.
A password will be e-mailed to you.