ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ମଣ୍ଡଳ ପୋଖରୀ ଠାରେ ମଣ୍ଡଳ ପୋଖରୀ ଯୁବକ ସଂଘ ପକ୍ଷରୁ ଆସନ୍ତା ଦଶ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଭଲିବଲ ମ୍ୟାଚ୍। ଏହି ଖେଳ ରେ ସର୍ବ ମୋଟ ଜାତୀୟ ସ୍ତର ରେ ଛଅ ଟି ଟିମ୍ ଭାଗ ନେଉଛନ୍ତି ବୋଲି ସୂଚନା ଦେଇଛନ୍ତି ଖବର ଦାତା ସମ୍ମିଳନୀ ରେ ସଭାପତି ଉଦୟ ନାରାୟଣ ମଲ୍ଲିକ ଓ ସମ୍ପାଦକ ନିତ୍ୟାନନ୍ଦ ମଲ୍ଲିକ। ଏହି ଖେଳ ତିନି ଦିନ ଧରି ଅନୁଷ୍ଠିତ ହେବ। ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉ ଥିବା ଏହି ଖେଳ ର ସଫଳତା ପାଇଁ ମଣ୍ଡଳ ପୋଖରୀ ଯୁବକ ସଂଘ ପକ୍ଷରୁ ଜନ ସାଧାରଣ, କ୍ରୀଡାପ୍ରେମୀ, ଶିକ୍ଷାବିତ୍, ଗଣ ମାଧ୍ୟମ ପ୍ରତିନିଧି ମାନଙ୍କର ସହଯୋଗ କାମନା କରିଛନ୍ତି। ଆୟୋଜିତ ଖବର ଦାତା ସମ୍ମିଳନୀ ରେ ସଭାପତି ଉଦୟ ନାରାୟଣ ମଲ୍ଲିକ, ସମ୍ପାଦକ ନିତ୍ୟାନନ୍ଦ ମଲ୍ଲିକ, ଉପ ସଭାପତି ଅମର ମଲ୍ଲିକ, କୃତିବାସ ଭୋଇ, ଜଗବନ୍ଧୁ ଦାସ, ହେମନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.