ଜିଲ୍ଲା ପ୍ରଶାସନ ତରଫରୁ ପୋଷ୍ୟ ସନ୍ତାନ ଗ୍ରହଣର ନୂଆ ଆଇନ ୨୦୨୨ ଏବଂ କୁମାରୀ ମାତୃତ୍ଵ ହ୍ରାସ ଦିଗରେ ସଚେତନତା ସଭା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଜିିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ସଭାଗୃହ ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ନୂଆ ଆଇନ ୨୦୨୨ ଏବଂ କୁମାରୀ ମାତୃତ୍ଵ ହ୍ରାସ ଦିଗରେ ସଚେତନତା ସଭା ଅନୁଷ୍ଟିତ ହୋଇଯାଇଛି।
ଆଜିକାର ଏହି ସଚେତନତା ସଭାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର , ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀ , ସମ୍ମନୀତ୍ଵ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀ , ସଖୀ ୱାନ୍ ଷ୍ଟପ କେନ୍ଦ୍ରର କର୍ମଚାରୀ , ଚାଇଲ୍ଡ ହେଲ୍ପ ଲାଇନ ସଭ୍ୟ , ଅରୁଣାର ଜିଲ୍ଲା ସଂଯୋଜକ , ଏକ୍ସନ ଏଡ୍ ର ଜିଲ୍ଲା ସଂଯୋଜକ ଓ ଶକ୍ତି ସଦନ ପ୍ରଶାସିକା ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୭୦ ରୁ ଉର୍ଦ୍ଧ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ , ଗଜପତି ଓ ଅନ୍ୟାନ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ମହମ୍ମଦ ମୁବାରକ୍ ଆଲ୍ଲୀ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ , ଶ୍ରୀ ମାଧବାନନ୍ଦ ନାୟକ ପାରଳାଖେମୁଣ୍ଡି , ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ଦେବୀ ,ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଓ ସାଧନ ବ୍ୟକ୍ତି ଭାବରେ ଶ୍ରୀ ଘାସିରାମ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଓ ଆମନ୍ତ୍ରିତ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆରମ୍ଭ କରାଯାଇ ଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ପରେ ଆଜିକାର କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ସାଧନ ବ୍ୟକ୍ତି ଶ୍ରୀ ଘାଷିରାମ ପଣ୍ଡା ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ଏକ ଅପରାଧ ଏବଂ କୁମାରୀ ମାତୃତ୍ଵ ଯୋଗୁଁ ସମାଜରେ କି ସମସ୍ୟାମାନ ସୃଷ୍ଟି ହୁଏ ଏଥିପାଇଁ କି କି ଆଇନ ବ୍ୟବସ୍ଥା ରହିଛି ଏହାର ପ୍ରତିକାର ଓ ନିରାକରଣ ଓ ବାଲ୍ୟ ବିବାହ ବନ୍ଦ ର ଆଇନ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଲେ। ବିଶେଷ କରି କୁମାରୀ ମାତୃତ୍ଵ ବେଳେ ଡାକ୍ତରଖାନାରେ କିପରି ବେଆଇନ ଭାବେ ପୋଷ୍ୟ ସନ୍ତାନ ପ୍ରଦାନ ହେଉଛି ସେଥିପ୍ରତି ସତର୍କ ରହିବା ଓ ଉପରିସ୍ଥ ଅଧିକାରୀଙ୍କୁ ଯଥା ଶୀଘ୍ର ସୂଚନା ଦେବା। ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଏ ଦିଗରେ ସଚେତନ ହୋଇ କାର୍ଯ୍ୟ କରିବାକୁ ଆଲୋକପାତ କରିଥିଲେ ଏବଂ ବେଆଇନ ପୋଷ୍ୟ ସନ୍ତାନ ପ୍ରଦାନ କୁ ସମ୍ପୂର୍ଣ୍ଣ ଜିଲାରୁ ବନ୍ଦକରି ସରକାରଙ୍କ ପୋଷ୍ୟ ସନ୍ତାନ ଗ୍ରହଣ ବେବସ୍ଥାକୁ ତ୍ଵରାନିତ କରିବା ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।
କୁମାରୀ ମାତୃତ୍ଵକୁ ରୋକିବା ପାଇଁ ଆବଶ୍ୟକ ସଚେତନତା ସୃଷ୍ଟି କରିବା ପାଇଁ ମତ ପ୍ରକାଶ ପାଇଥିଲା। ସୁରକ୍ଷା ଓ prosecution ରେ କେଉଁ ବିଭାଗର କେଉଁ କର୍ମଚାରୀଙ୍କ କି ଦାୟିତ୍ବ ଅଛି ତାହା ଉପରେ ଆଲୋଚନା ହୋଇଥିଲା।