ଖପ୍ରାଖୋଲ ତା ୦୩/୦୩(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ଖପ୍ରାଖୋଲ ପ୍ରାଥମିକ ବିଦ୍ୟଳୟ ଠାରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ପରୀକ୍ଷଣ ଶିବିର ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଚକ୍ଷୁ ବିଶେଷଜ୍ଞ ଡ଼. ଟି ଆର ପାତ୍ର, ଚକ୍ଷୁ ବିଶେଷଜ୍ଞ ଡ଼. ବିଜୟ କୁମାର ମାଲି ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ପଟଣାଗଡ଼,ଅପଥାଲମିକ ଡାକ୍ତର ତୁଳସୀ ରାମ ସାହୁ, ଡ଼. ବିନୟ କୁମାର ମେହେର ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ କୁ ଆଞ୍ଚଳିକ ସାଧନକର୍ମୀ ଶ୍ରୀପତି କୁମ୍ଭାର ମଞ୍ଚ ପରିଚାଳନା କରିଥିବାବେଳେ,ଅନ୍ୟତମ ସାଧନକର୍ମୀ ମିତ୍ରଭାନୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରକୁ ଗୋଷ୍ଠୀ ସାଧନ କେନ୍ଦ୍ରର ଗୋକୁଳ ମେହେର, ଖୁସିରାମ ସାହୁ,ଦୁଷ୍ମନ୍ତ କୁମାର ଷଣ୍ଢ, ରାମ କୃଷ୍ଣ ମେହେର ସଫଳତା ପାଇଁ ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post