ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାତୃଭକ୍ତି ଏବଂ ମୂକ ପ୍ରାଣୀଙ୍କ ସେବା ହିଁ ପ୍ରକୃତ ସଂସ୍କାର। ଏହି ମହାନ ବାର୍ତ୍ତାକୁ ନେଇ ସ୍ଥାନୀୟ ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ଆଜି (ରବିବାର) ଛାତ୍ରବାସର ଅନ୍ତେବାସୀଙ୍କ ମଧ୍ୟରେ ଏକ ଭାବୋଦ୍ଦୀପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଏଥିରେ ଯୋଗଦେଇ ପିଲାମାନଙ୍କୁ ସଂସ୍କୃତି ଓ ଜୀବଦୟାର ମହତ୍ତ୍ୱ ବୁଝାଇଥିଲେ।
ପୂର୍ବାହ୍ନରେ ଡ଼ଃ ସତ୍ୟନାରାୟଣ ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରବାସରେ ପିଲାମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇ ପିତୃପକ୍ଷର ପବିତ୍ର ‘ମାତୃ ନବମୀ ଶ୍ରାଦ୍ଧ’ ଏବଂ ଅକ୍ଟୋବର ୪ ତାରିଖ ‘ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ’ ଉପରେ ରୋଚକ ଆଲୋଚନା ହୋଇଥିଲା। “ହୃଦୟରେ ରହୁ ମାତୃଭକ୍ତିର ଶ୍ରଦ୍ଧା , ଆଚରଣରେ ରହୁ ପ୍ରାଣୀଜଗତ ପ୍ରତି ଦୟା” ଶୀର୍ଷକ ଉପରେ ଆଲୋକପାତ କରି ଶ୍ରୀ ଚୌଧୁରୀ କହିଲେ ଯେ, ପ୍ରତ୍ୟେକ ପ୍ରାଣୀ ଭିତରେ ଥିବା ଜୀବନ ସତ୍ତାକୁ ସମ୍ମାନ ଜଣାଇବା ଆମ ପରମ୍ପରାର ମୂଳ ଭିତ୍ତି।
ସେହିପରି ଅପରାହ୍ନରେ ଆର୍ବାନ ଛାତ୍ରବାସ ପରିସରରେ ‘ମୂକ ପ୍ରାଣୀଙ୍କ ସେବା ହିଁ ପ୍ରକୃତ ଈଶ୍ୱର ସେବା ଓ ମାତୃ ଶ୍ରଦ୍ଧାର ସର୍ବୋତ୍ତମ ପରିପ୍ରକାଶ’ ପ୍ରସଙ୍ଗରେ ଛାତ୍ରମାନଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା। ବିପଦାପନ୍ନ ଓ ବୁଲା ପଶୁପକ୍ଷୀଙ୍କ ପ୍ରତି ସହାନୁଭୂତିଶୀଳ ହେବାକୁ ଶିକ୍ଷାର୍ଥୀମାନେ ଶପଥ ନେଇଥିଲେ।
ଛାତ୍ରବାସର ଶିକ୍ଷକ , ତତ୍ତ୍ୱାବଧାରକ ତଥା ଛାତ୍ରଛାତ୍ରୀମାନଙ୍କ ଉତ୍ସାହୀ ଅଂଶଗ୍ରହଣ ମଧ୍ୟରେ ଏହି ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.